Cricket

ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ

ନୂଆ ଦିଲ୍ଲୀ: ଦୁବାଇରେ ଚାଲିଛି ଆଇପିଏଲ ୨୦୨୪ ଖେଳାଳି ନିଲାମରେ ଟଙ୍କା ପର୍ଷା କରିଛନ୍ତି ଆଇପିଏଲର ବିଭିନ୍ନ ଦଳ । ଅଷ୍ଟ୍ରେଲିଆର କ୍ରିକେଟ ଟିମର ଅଲରାଉଣ୍ଡର ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ(ବେସ୍ ପ୍ରାଇସ୍ ୨କୋଟି) । ୨୪.୭୫କୋଟିରେ କିଣିଲା କୋଲକାତା ନାଇଟ୍ ରାଇଡର୍ସ(କେକେଆର)। ୨୪କୋଟିରେ ବିକ୍ରି ହେବା ପରେ ଏବେ ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି। ଏହା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ କମିନ୍ସଙ୍କୁ ୨୦କୋଟି ୫୦ଲକ୍ଷ ଟଙ୍କାରେ କିଣିବା ପରେ ସେ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ। ହେଲେ କିଛି ଘଣ୍ଟା ମଧ୍ୟରେ ତାଙ୍କଠାରୁ ଏହି ରେକର୍ଡ ଛଡ଼ାଇ ନେଇଛନ୍ତି ଷ୍ଟାର୍କ। ମିଳିଥିବା ସୂଚନା ମୁତାବକ, ପ୍ରଥମେ ମୁମ୍ବାଇ ଏବଂ ଦିଲ୍ଲୀ ମିଚେଲ ଷ୍ଟାର୍କଙ୍କୁ ୯.୬୦ କୋଟି ଟଙ୍କାରେ କିଣିବା ପାଇଁ ବିଡ୍ କରିଥିଲେ। ଏହା ପରେ ଗୁଜୁରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ବିଡ୍ କରିବା ଆରମ୍ଭ କରିଥିଲେ। ଶେଷରେ କୋଲକାତା ଷ୍ଟାର୍କଙ୍କୁ ୨୪.୭୫ କୋଟିରେ କିଣିଥିଲା।

Related posts

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭

Odisha Sports Bureau

ସିଏସକେର ବିଜୟ ପରେ ବିରାଟ ଜାଡେଜାଙ୍କୁ ଚାମ୍ପିଅନ୍ କହିଲେ କୋହଲି ବୋଲି ଧୋନିଙ୍କୁ ଜଣାଇଲେ ବିଶେଷ ଅଭିନନ୍ଦନ

ମ୍ୟାଚ ବେଳେ ଡ୍ୟାନ୍ସ କଲେ ଶୁଭମନ ଗିଲ