Karate

ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ୨୦୨୪ରେ ବିଜୟୀ ହୋଇଛି ଟିଟିଲାଗଡ଼

ଟିଟିଲାଗଡ /ପ୍ରଶାନ୍ତ କୁମାର ମେହେର : ଇଣ୍ଟରନେସନାଳ ଓପନ କରାଟେ ଚାମ୍ପିୟନସିପରେ ଓଡିଶା କୁ ମିଳିଛି ବଡ଼ ସଫଳତା l  ଗତ ଜାନୟାରୀ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଝାଡଖଣ୍ଡ ରାଜ୍ୟ  ଗ୍ରିଡ଼ିହି ଜିଲ୍ଲା ଟାଉନହଲ ଠାରେ  ହୋଇଥିବା ଇଣ୍ଟରନେସନାଳ ଓପନ କରାଟେ ଚାମ୍ପିୟନସିପ ୨୦୨୪ରେ ଓଡିଶା ବିଜୟ ହାସଲ କରିଛି l ମୁଖ୍ୟ ପ୍ରଶିକ୍ଷକ ସଂସାଇ ଜିତୁ ପୃଷ୍ଟି , ସହ ପ୍ରଶିକ୍ଷକ ସଂସାଇ କେଦାର କବାଟ ଏବଂ ସଂପାଇ ସମସେର ଅଲ୍ଲୀ ଙ୍କ ନେତୃତ୍ୱରେ ଯାଇଥିବା ଖେଳାଳି  ନିଜ ପ୍ରତିଦ୍ବନ୍ଦୀ ମାନଙ୍କୁ ପରାସ୍ତ କରି ମୋଟ ୩୨ଟି ପଦକ ହାସଲ କରିଛନ୍ତି। ସେଥିମଧ୍ୟରୁ ୭ଟି ସ୍ବର୍ଣ୍ଣ ପଦକ, ୧୧ ଟି ରୋପ୍ୟ ପଦକ ଓ ୧୪ଟି କାଂସ୍ୟ ପଦକ।  ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ କରାଟେ ଆସୋସିଏସନ୍ ଓ ଗୁରୁକ୍ରୁପା ମାରସ୍ଲାଟ ଏକାଡେମୀ କଣ୍ଟାବାଞ୍ଜି ଟିମ୍ ମୁଖ୍ୟ ପରିଚାଳକ  ସଂସାଇ ଜିତୁ ପୃଷ୍ଟି । ସଂସାଇ ଜିତୁ ପୃଷ୍ଟି ଙ୍କ ନେତୃତ୍ୱଏହି ଉଭୟ ଆସୋସିଏସନ୍ ର ଖେଳାଳି ମାନେ ଅନେକ ପ୍ରତିଯୋଗୀତା ରେ ଭାଗ ନେଇ ବିଜେତା ହୋଇ ନିଜ ରାଜ୍ୟର ଟେକ ରଖିଆସୁଛନ୍ତି lଏହି ଥର ମଧ୍ୟ ଏହି ଦଳ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା୨୦୨୪ ରେ ମଧ୍ୟ ଭାଗ ନେଇ ନିଜ ଦେଶ, ନିଜ ରାଜ୍ୟ, ନିଜ ମାଟି ର ଗର୍ବ ଓ ଗୌରବ ସାଜିଛନ୍ତି। ଏହି ପ୍ରତିଯୋଗିତା ରେ ଅନେକ ଦେଶ ଓ ରାଜ୍ୟ ରୁ ଖେଳାଳି  ଭାଗ ନେଇଥିବା ବେଳେ ଏଥିରେ ସର୍ବ ମୋଟ ୩୯୫ ଜଣ ଖେଳାଳି ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭା ଅନୁସାରେ ବିଜୟ ଲାଭ କରିଛନ୍ତି l  ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ କରାଟେ ଆସୋସିଏସନ ବିଜୟ ଲାଭ କରି ଫେରିବା ପରେ ବଲାଙ୍ଗୀର ଜିଲ୍ଲା ସାରା ଖୁସିର ଲହରୀ ଖେଳିଯାଇଛି l ସେହିପରି ଟିଟିଲାଗଡ଼ ସହର ବାସି ଟିଟିଲାଗଡ଼ ଠାରେ ସ୍ବାଗତଂ ସମ୍ବର୍ଦ୍ଧନା  ଜଣାଇ ଛନ୍ତି l

Related posts

ଏସୀୟ କରାଟେ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଲେ ୩ ଓଡ଼ିଆ

କରାଟେ ପ୍ରତିଯୋଗିତାରେ ଓଡିଶାକୁ ମିଳିଲା ୧୨ ପଦକ

Odisha Sports Bureau

ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଜିତିଲେ ୮ ସ୍ୱର୍ଣ୍ଣ