Cricket

୪ର୍ଥ ଟେଷ୍ଟ ମ୍ୟାଚରେ ସାମିଲ ହେବେ କେ ଏଲ ରହୁଲ

ନୂଆଦିଲ୍ଲୀ: ଭାରତ- ଇଂଲଣ୍ଡ ବିପକ୍ଷରେ ଖେଳା ଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୨-୧ରେ ଆଗରେ ରହିଛି ଭାରତ। ସିରିଜ୍ରେ ଆହୁରି ଦୁଇଟି ଟେଷ୍ଟ ବାକି ରହିଛି। ତେବେ ୪ର୍ଥ ଟେଷ୍ଟ ମ୍ୟାଚରେ କେଏଲ ରାହୁଲଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ଫେବୃଆରୀ ୨୩ରେ ରାଞ୍ଚିରେ ଖେଳା ଯିବାକୁ ଥିବା ଏହି ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ କେଏଲ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହେବାକୁ ସଂପୂର୍ଣ୍ଣ ଫିଟ୍ ହୋଇ ଯାଇଛନ୍ତିବୋଲି ସୂଚନା ରହିଛି । ଗତ ମ୍ୟାଚରେ ବୁମରା ସଂପ୍ରତି ଟେଷ୍ଟ ଶୃଙ୍ଖଳାରେ ୧୭ ଓ୍ଵିକେଟ୍ ସହ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ରହିଛନ୍ତି। ମାତ୍ର କାର୍ୟ୍ୟଭାରକୁ ଦୃଷ୍ଟିରେ ରଖି ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି। ଅନ୍ୟପଟେ କେଏଲ ରାହୁଲଙ୍କ ଫିଟନେସ୍ ଉପରେ ବିସିସିଆଇ ସୂତ୍ର ଅନୁଯାୟୀ, ଆସନ୍ତକାଲି ଭାରତୀୟ ଦଳ ରାଞ୍ଚି ଗସ୍ତ କରିବ ଏବଂ ବୁମରାଙ୍କୁ ବିଶ୍ରାମ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଉ କେଏଲ ରାହୁଲ ଫିଟ୍ ହୋଇ ଯାଇଛନ୍ତି ଓ ସେ ରାଞ୍ଚିରେ ଶୀଘ୍ର ଦଳରେ ଯୋଗ ଦେଇ ପାରନ୍ତି। ଯଦି ଚୂଡ଼ାନ୍ତ ଏକାଦଶରେ କେଏଲ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଘଟେ ତେବେ ରଜତ ପାଟିଦାରଙ୍କୁ ବାହାରି ବସିବାକୁ ପଡ଼ିବ ବୋଲି କୁହାଯାଉଛି। ବୁମରାଙ୍କୁ ପ୍ରଥମ ତିନି ଟେଷ୍ଟରେ ୮୦.୫ ଓଭର ବୋଲିଂ କରି ସାରିଛନ୍ତି ତେଣୁ ତାଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇପାରେ । ପୁଣି ନେଟ୍ ସେସନରେ ମଧ୍ୟ ସେ ବୋଲିଂ କରିଛନ୍ତି। ତେଣୁ ତାଙ୍କୁ ବିଶ୍ରାମ ଦିଆଗଲେ ଆଶ୍ଚର୍ୟ୍ୟ ହେବାର କୌଣସି ବିଷୟ ନୁହେଁ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି। ଏହା ପୂର୍ବରୁ ମହମ୍ମଦ ସିରାଜଙ୍କୁ ଦ୍ଵିତୀୟ ଟେଷ୍ଟରେ ବିଶ୍ରାମ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସୁଯୋଗ ମିଳିଥିଲା। ଭାରତୀୟ ଦଳ ଏବେ ସିରିଜ୍ ଜିତିବାର ନିକଟତର ହୋଇଛି। ଯଦି ରାଞ୍ଚି ଟେଷ୍ଟର ପରିଣାମ ଦଳ ସପକ୍ଷରେ ନ ଯାଏ ତେବେ ପୁଣି ମାର୍ଚ୍ଚ ୭ରେ ଧର୍ମଶାଳାରେ ଆରମ୍ଭ ହେଉଥିବା ପଞ୍ଚମ ଟେଷ୍ଟରେ ବୁମରାଙ୍କ ଆବଶ୍ୟକତା ପଡିପାରେ ବୋଲି କୁହାଯାଉଛି ।

Related posts

ଜେଟଲୀଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର ଛାୟା

Odisha Sports Bureau

ବାରବାଟୀ ଷ୍ଟାଡିଅମକୁ ଦର୍ଶକଙ୍କ ପ୍ରବେଶ: ଟିକେଟ କଳାବଜାରୀ ଉପରେ ରୋକ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର