Cricket

ଧର୍ମଶାଳାରେ କମାଲ ବୋଲିଂ କଲେ କୁଲଦୀପ ଯାଦବ

ନୂଆଦିଲ୍ଲୀ: ଧର୍ମଶାଳା ଠାରେ ଚାଲିଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଶେଷ ମ୍ୟାଚ । ଏଥିରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ସେଥିରେ ଚମତ୍କାର ବୋଲିଂ କରିଛନ୍ତି କୁଲଦୀପ ଯାଦବ । କୁଲଦୀପ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୦ ୱିକେଟ୍ ପୂରଣ କରିଛନ୍ତି । ଏହି ଅବଧି ମଧ୍ୟରେ କୁଲଦୀପ ୧୦୦ବର୍ଷର ରେକର୍ଡ ଭାଙ୍ଗିଛନ୍ତି ବୋଲି କୁହାଯାଉଛି । ବାସ୍ତବରେ ସବୁଠାରୁ କମ୍ରେ ୫୦ ଓ୍ବିକେଟ ନେବାରେ ଭାଙ୍ଗିଛନ୍ତି ୧୦୦ ବର୍ଷର ରେକର୍ଡ । କୁଲଦୀପ ଏପରି କରି ଭାରତୀୟ ବୋଲର ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି । କୁଲଦୀପ ୧୮୭୧ ବଲ ଫିଙ୍ଗି ୫୦ ୱିକେଟ୍ ପୁରା କରିଛନ୍ତି । ବର୍ତ୍ତମାନ ଯାଏଁ ତାଙ୍କ କ୍ୟାରିଅର୍ ସାନଦାର୍ ରହିଛି । ଯଦି ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ବିକେଟ୍ ନେଇଥିବା ବୋଲରଙ୍କ ତାଲିକା ଦେଖିବା, ତେବେ କୁଲଦୀପ ୪୩ତମ ସ୍ଥାନରେ ରହିଛନ୍ତି । ଏହି ମାମଲାରେ ଅନିଲ କୁମ୍ବଲେ ଶୀର୍ଷରେ ଅଛନ୍ତି ।

Related posts

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆଜି

Odisha Sports Bureau

ପ୍ରଧାନମନ୍ତ୍ରୀଙ୍କୁ ବିସିସିଆଇ ଅଧ୍ୟକ୍ଷ ଓ ସଚିବ ଦେଲେ ସ୍ୱତନ୍ତ୍ର ଉପହାର

ସୁପର–୮ରେ ୱେଷ୍ଟଇଣ୍ଡିଜ୍‌ର ଦମଦାର ବ୍ୟାଟିଂ, ଭାରତ ସମ୍ମୁଖରେ ୧୯୬ ରନ୍‌ର ଲକ୍ଷ୍ୟ