Cricket

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ

ନୂଆଦିଲ୍ଲୀ: ପାଳିତ ହେଉଛି ଆଇପିଏଲ ପର୍ବ । ଧୁମଧାମରେ ଆଗେଇ ଚାଲିଛି ଆଇପିଏଲ ୨୦୨୪ ର ୧୭ ତମ ସସ୍କରଣ । ଏହାରି ଭିତରେ ୨୩ତମ ମ୍ୟାଚ ଶେଷ ହୋଇ ସାରିଛି । ଆଉ ୨୩ ତମ ମ୍ୟାଚରେ ପଞ୍ଜାବକୁ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି ହାଇଦ୍ରାବାଦ । ଅଉ ଆଜି ୨୪ ତମ ମ୍ୟାଚରେ ମୁହାଁ ମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ । ଯେଉଁଥିରେ ୟୁଜବେନ୍ଦ୍ର ଚହଲ ଜିଟି ପ୍ଲେୟାର ସହିତ ଅଜବ କାର୍ୟ୍ୟ କରୁଥିବା ଦେଖାଯାଉଛି। ଏହା ପରେ ଜିଟି ପ୍ଲେୟାର ୟୁଜବେନ୍ଦ୍ରଙ୍କ କେଶ ଧରିଥିଲେ।

ଭିଡିଓରେ ଦେଖାଯାଏ ମୋହିତ ଶର୍ମା, ସନ୍ଦୀପ ଶର୍ମା ଏବଂ ୟୁଜବେନ୍ଦ୍ର ଚହଲ ନିଜ ମଧ୍ୟରେ କଥାବାର୍ତ୍ତା ହେଉଥିଲେ। ଏହା ପରେ ରାହୁଲ ତେୱଟିଆ ପ୍ରବେଶ କରନ୍ତ। ରାହୁଲ ପହଞ୍ଚିବା ମାତ୍ରେ ଚହଲ ରାହୁଲଙ୍କ ବ୍ୟାଗ୍ରୁ ବ୍ୟାଟ ବାହାର କରି ବ୍ୟାଟିଂ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ଏହି କାର୍ୟ୍ୟରେ ରାହୁଲ ବିରକ୍ତ ହୁଅନ୍ତି। ଏହା ପରେ ରାହୁଲ ଚହଲଙ୍କ କେଶ ଧରିଛନ୍ତି। ତା’ପରେ ସେଠାରେ ଥିବା ସମସ୍ତେ ହସିବା ଆରମ୍ଭ କରନ୍ତି।

Related posts

କାହିଁକି ସଞ୍ଜୁ ସାମସନ୍ ବଦଳାଇଦେଲେ ମୋବାଇଲ ନମ୍ବର? ଜାଣନ୍ତୁ କାରଣ

Odisha Sports Bureau

ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି : ଗୁଆହାଟୀରେ ପହଞ୍ଚିଲା ଶ୍ରୀଲଙ୍କା

Odisha Sports Bureau

ଟେଷ୍ଟରେ ବିରାଟ କୋହଲିଙ୍କ ୧୨ ବର୍ଷ,ଫ୍ୟାନ୍ସକୁ ଜଣାଇଲେ ଧନ୍ୟବାଦ