Cricket

ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଆଇପିଏଲର ୩୦ ତମ ମ୍ୟାଚ

ବେଙ୍ଗାଲୁର: ଆଜି ଖେଳାଯିବ ଆଇପିଏଲର ୩୦ ତମ ମ୍ୟାଚ । ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଏହି ମ୍ୟାଚ । ତେବେ ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ।
ସୂଚନା ଅନୁଯାୟୀ,ତ୍ତବର୍ତ୍ତମାନ ପର୍ଯ୍ୟନ୍ତ ବାଙ୍ଗାଲୋର ଟିମ ୬ ଟି ମ୍ୟାଚ ଖେଳିସାରିଛି । ଯେଉଁଥିରେ ଗୋଟିଏ ମାତ୍ର ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୫ଟି ମ୍ୟାଚରେ ପରାଜୟ ହୋଇଛି । ଯାହାଫଳରେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ଏବେ ପର୍ଯ୍ୟନ୍ତ ୫ଟି ମୁକାବିଲା ଖେଳିସାରିଥିବା ବେଳେ ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚରେ ପରାଜୟ ହୋଇଛି । ତେଣୁ ଦଳ ବର୍ତ୍ତମାନ ୬ଅଙ୍କ ପାଇଁ ପଏଣ୍ଟ ଟେବୁଲର ୪ର୍ଥ ସ୍ଥନରେ ରହିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳର ବ୍ୟାଟିଂ ଫାଇଟ ଦେଖିବାକୁ ମିଳିବ ।

Related posts

ଅବସର ନେଲେ ଦକ୍ଷିଣ ଆଫ୍ରିକାର ଭେଟରାନ୍ ଅଲରାଉଣ୍ଡର ଆଲବି ମୋର୍କେଲ

Odisha Sports Bureau

ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା

Odisha Sports Bureau

ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି