Cricket

ଆଇପିଏଲର ପ୍ଲେ ଅଫ ଦୌଡରୁ ବିଦା ହେଲା ପଞ୍ଜାବ କିଙ୍ଗସ

ନୂଆଦିଲ୍ଲୀ: ଆଇପିଏଲରୁ ବିଦା ହେଲା ପଞ୍ଜାବ କିଙ୍ଗସ । ଗତକାଲି ଖେଳାଯାଇଥିବା ଆଇପିଏଲର ୫୮ ତମ ଲିଗ ମ୍ୟାଚର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୦ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏହି ବିଜୟ ସହ ୧୨ ଟି ମ୍ୟାଚରୁ ୧୦ ପଏଣ୍ଟ ପାଇ ବେଙ୍ଗାଲୁରୁ ପ୍ଲେ ଅଫ ଦୌଡରେ ତିଷ୍ଟି ରହିଥିବା ବେଳେ ପଞ୍ଜାବ ୧୨ଟି ମ୍ୟାଚରୁ ୮ ପଏଣ୍ଟ ପାଇ ବିଦା ହୋଇଛି ।
ଏହି ମ୍ୟାଚ ପରେ ପଞ୍ଜାବ ସପ୍ତମ ସ୍ଥାନ ବଜାୟ ରଖିଥିବା ବେଳେ ପଞ୍ଜବ ନବମ ସ୍ଥାନକୁ ଖସି ଆସିଛି । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୬ ୱିକେଟ ବିନିମୟରେ ୨୪୧ ରନ କରିଥିଲା । କୋହଲି ୪୭ ବଲରେ ର୍ବାଧିକ ୯୨ ରନ କରିଥିଲେ । ପଟିଦାର ୨୩ ବଲରେ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଜବାବରେ ପଞ୍ଜାବ ୧୭ ଓଭରରେ ୧୮୧ରନ କରି ଅଲ ଆଉଟ ହୋଇ ଯାଇଥିଲା ।

Related posts

ପ୍ରଥମ ଟି ୨୦ରେ ବାଙ୍ଗଲାଦେଶକୁ ହରାଇଲା ଭାରତୀୟ ଟିମ

ପର୍ଥ ଟେଷ୍ଟର ଚତୁର୍ଥ ଦିନ ଭାରତ ଆଗରେ ୨୮୭ର ବିଜୟ ଲକ୍ଷ୍ୟ

Odisha Sports Bureau

ଗିଚା ମଞ୍ଜାରୀକୁ ହରାଇ ବିଜୟ ହସଲ କଲା ବାରି

Odisha Sports Bureau