Javelin Throw

ଡାଏମଣ୍ଡ ଲିଗ୍‌ : ନୀରଜ ଦ୍ବିତୀୟ, କିଶୋରଙ୍କ ପଦାର୍ପଣ ଫିକା

ଦୋହା: ଦୋହାରେ ଆୟୋଜିତ ଡାଏମଣ୍ଡ ଲିଗ୍‌ରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଲିମ୍ପିକ୍ସ ଓ ବିଶ୍ବ ବିଜେତା ଭାରତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା । ହେଲେ ତାଙ୍କ ସାଥୀ ଏସୀୟ ରୌପ୍ୟ ବିଜେତା ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କ ପଦାର୍ପଣ ଫିକା ପଡ଼ିଛି। ୨୬ ବର୍ଷୀୟ ଏସୀୟ ବିଜେତା ନୀରଜ ଶେଷ ପ୍ରୟାସରେ ୮୮.୩୬ ମିଟର ଫିଙ୍ଗିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ବିଶ୍ବ ପଦକ ବିଜେତା ଚେକ୍‌ଗଣରାଜ୍ୟର ଜାକବ ୱାଡଲେୟଚ୍‌ (୮୬.୩୮)ଙ୍କଠାରୁ ମାତ୍ର ୨ ସେଣ୍ଟିମିଟର ପଛରେ ପଡ଼ି ଯାଇଥିଲେ ନୀରଜ।

ପ୍ରଥମ ଥର ଲାଗି ଭାଗ ନେଇଥିବା କି‌ଶୋର ୭୬.୩୧ ମିଟର ସହ ଏହି ୧୦ ଜଣିଆ ପ୍ରତିଯୋଗିତାରେ ନବମ ସ୍ଥାନରେ ରହିଥିଲେ। ନୀରଜଙ୍କ ପ୍ରଥମ ପ୍ରୟାସ ନିଷ୍ଫଳ ଯାଇଥିଲା ବେଳେ ଦ୍ବିତୀୟରେ ୮୪.୯୩, ତୃତୀୟରେ ୮୬.୨୪, ଚତୁର୍ଥରେ ୮୬.୧୮, ପଞ୍ଚମରେ ୮୨.୨୮ ମିଟର ଜାଭ୍‌ଲିନ୍‌ ଫିଙ୍ଗିଥିଲେ। କିଶୋରଙ୍କ ପ୍ରଥମ ପ୍ରୟାସ ୭୫.୧୨, ଦ୍ବିତୀୟ ନିଷ୍ଫଳ ଯାଇଥିଲା ତୃତୀୟରେ ୭୬.୩୧ ମିଟର ଫିଙ୍ଗି ଆଗକୁ ବଢ଼ି ପାରି ନଥିଲେ।

Related posts

ରୌପ୍ୟ ପଦକ ଜିତିଥିବା କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଇତିହାସ ରଚିଛନ୍ତି ନୀରଜ ଚୋପ୍ରା

ଇତିହାସ ରଚିଲେ ନୀରଜ ଚୋପ୍ରା: ୮୮.୧୭ ମିଟର ଥ୍ରୋ କରି ଜିତିଲେ ସ୍ୱର୍ଣ୍ଣ

Odisha Sports Bureau