Cricket

ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ବିଗ ଫାଇଟ

କୋଲକାତା: ଚାଲିଛି ଆଇପିଏଲ ମହା ସମର । ଆଇପିଏଲରେ ଆଜି ଖେଳା ଯିବ ୬୦ ତମ ମ୍ୟାଚ ।ଏହି ମ୍ୟାଚ କୋଲକାତାର ଇଡେନ୍ ଗାର୍ଡେନ କ୍ରିକେଟ୍ ଷ୍ଟାଡିୟମ୍ ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ବିଗ ଫାଇଟ। ଚଳିତ ସିଜିନରେ ପ୍ଲେ-ଅପ୍ ରେସ୍ରୁ ମୁମ୍ବାଇ ବିଦା ହୋଇସାରିଛି । ସେପଟେ କୋଲକାତା ଟିମ୍ ଏକପ୍ରକାର ପ୍ଲେ-ପ୍ଲେଅପ୍ ନିଜ ଦାବିଦାରି କରିସାରିଛି । ହେଲେ ଆଜିର ବିଜୟୀ ସହ ସ୍ଥିତି ମଜବୁତ୍ ପାଇଁ ଲଢେଇ କରିବ ଶ୍ରେୟସ ବାହିନୀ । ବର୍ତ୍ତମାନ ସୁଦ୍ଧା କୋଲକାତା ନାଇଟ୍ ରାଇଡର୍ସ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହେବାକୁପଡିଛି । ଦଳରେ ଅନେକ୍ ଷ୍ଟାର୍ ଖେଳାଳି ରହିଛନ୍ତି । ଯାହାକି ବିରୋଧୀ ଦଳ ପାଇଁ ଟେନ୍ସନ ସାଜିଛି ଛି। ଅଧିନାୟକ ଶ୍ରେୟସ ଆୟରଙ୍କ ରଣକୌଶଳରେ ଘାଇଲା ହେଉଛନ୍ତି ବିରୋଧୀ ଟିମ୍ । ଦଳ ଅଙ୍କ ତାଲିକାର ପ୍ରଥମ ସ୍ଥାନରେ ରହିଛି । ପ୍ଲେ-ଅପ୍ ପାଇଁ ଦଳ ଏକପ୍ରକାର କ୍ୱାଲିଫାଏ କରିସାରିଛି । ହେଲେ ଆଜିର ମ୍ୟାଚ୍ ଜିତି ନିଜ ସ୍ଥିତିକୁଆହୁରି ମଜବୁତ କରିବାକୁ ଟାର୍ଗେଟ ରଖିଛି କୋଲକାତା ନାଇଟ୍ ରାଇଡର୍ସ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ଟୁର୍ଣ୍ଣା ମେଣ୍ଟ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିନଥିଲା । ହେଲେ ଶେଷ ଆଡକୁ କିଛିଟା ମ୍ୟାଚରେ ବିଜୟୀ ହୋଇଥିଲା । ହେଲେ ନିଜକୁ ପ୍ଲେ-ଅପ୍ ରେସ୍ ରେ ରଖିପାରିଲା ନାହିଁ । ଯାହାଫଳରେ ଚଳିତ ସିଜିନ୍ରେ ପ୍ରଥମ ଟିମ୍ ଭାବେ ଚଳିତ ଟୁର୍ଣ୍ଣା ମେଣ୍ଟରୁ ଏଲିମିନେଟ୍ ହୋଇଛି । ଦଳରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଜବରଦସ୍ତ ଖେଳାଳି ରହିଥିଲେ । ହେଲେ ଦଳ ଆଶା ମୁତାବକ ଖେଳ ପ୍ରଦର୍ଶନ କରିପାରିନଥିଲା । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ପରାଜୟ ସାମ୍ନା କରିବାକୁପଡିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ ରେ ୯ମ ସ୍ଥାନରେ ରହିଛି । ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍ର ଟପ୍ରେପ୍ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ ର ଟପ୍ରେପ୍ ରହିଛି ।

Related posts

୨ୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ୫୫୫/୮

Odisha Sports Bureau

ଭାରତୀୟ ଅଧିନାୟକ ରେକର୍ଡ଼ ଭାଙ୍ଗିପାରନ୍ତି

Odisha Sports Bureau

ଦଳକୁ ଫେରିବେ କ୍ରିକେଟର ଧନୁଷ୍କା ଗୁଣତିଲକା; ପ୍ରତିବନ୍ଧକ ହଟାଇଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ

Odisha Sports Bureau