Cricket

ଆଜି ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ହେବ ବିଗ ଫାଇଟ୍

ଅହମ୍ମଦାବାଦ: ଆଇପିଏଲ ୨୦୨୪ ର ଆଜି ଖେଳା ଯିବ ୬୩ ତମ ମ୍ୟାଚ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବେଳେ ଗୁଜୁରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ବିଗ୍ ଫାଇଟ । କୋଲକାତା ଟିମ୍ ପ୍ଲେ-ଅଫ୍ ପାଇଁ କ୍ୱାଲିଫାଏ କରିଥିବା ବେଳେ ଗୁଜରାଟ ଟିମ୍ ଆଜିରମ୍ୟାଚ୍ ଜିତି ପ୍ଲେ-ଅଫ୍ ପାଇଁ ନିଜକୁ ରେସ୍ ରେ ରଖିବାକୁ ଚାହିଁବ । ବର୍ତ୍ତମାନ ଯାଏଁ କୋଲକାତା ନାଇଟ୍ ରାଇଡର୍ସ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୮ ଅଙ୍କ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । କୋଲକାତା ନାଇଟ୍ ରାଇଡର୍ସ ଚଳିତ ଟୁର୍ଣ୍ଣା ମେଣ୍ଟରେ ପ୍ରଥମ ଦଳ , ଯିଏ ପ୍ଲେ-ଅଫ୍ ପାଇଁ କ୍ୱାଲିଫାଇ କରିଛି । ଚଳିତ ଟୁର୍ଣ୍ଣା ମେଣ୍ଟରେ ଦଳ ଦମଦାର ପ୍ରଦର୍ଶନ କରୁଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଜବରଦସ୍ତ ଫମରେ ରହିଛି । ଯାହାକି ବିରୋଧୀ ଟିମ୍ ପାଇଁ ଚିନ୍ତା ର କାରଣ ପାଲଟିଛି । ଅନ୍ୟପଟେ ଗୁଜରାଟ ଟାଇଟନ୍ସ ଏବେ ପର୍ଯ୍ୟନ୍ତ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁରେ ୫ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୭ଟି ମ୍ୟାଚରେ ପରାସ୍ତ ହୋଇଛି । ଦଳ ଏବେ ୧୦ ଅଙ୍କ ସହ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି । ଏବେବି ଦଳ ପ୍ଲେ-ଅଫ୍ ରେସ୍ ରେ ରହିଛି । ତେଣୁ ଆଗକୁଯିବାକୁହେଲେ ଆଜିର ମ୍ୟାଚରେ ବିଜୟୀ ହେବା ଆବଶ୍ୟକ ହୋଇପଡିଛି । ଚଳିତ ବର୍ଷ ଦଳ ଆଖିଦୃ ଶିଆ ପ୍ରଦର୍ଶନ କରିପାରି ନାହିଁ । ଯାହାକି ଦଳପାଇଁ ଚିନ୍ତାର ବିଷୟ ପାଲଟିଛି ।
ତେବେ ସୂଚନା ଅନୁଯାୟୀ, ପଏଣ୍ଟ ଟେବୁଲର ଟପରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ପର୍ଯ୍ୟନ୍ତ ୧୨ଟି ମୁକାବିଲା ଖେଳିଥିବା ବେଳେ ୯ଟିରେ ବିଜୟୀ ହୋଇଛି ଏବଂ ୩ଟିରେ ପରାସ୍ତ ହୋଇଛି । ତେଣୁ ମୋଟ ୧୮ ଅଙ୍କ ସହ ପଏଣ୍ଟ ଟେବୁଲର ଟପରେ ରହିଛି । ଏହା ପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳି ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ତେଣୁ ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛିହି ଛିଚେନ୍ନାଇ ସୁପରସୁ କିଙ୍ଗସ୍ । ଦଳ ଏବେ ସୁଦ୍ଧା ସୁ ୧୩ଟି ମୁକା ମୁ ବିଲା ଖେଳିଛି । ଯେଉଁଥିଉଁରେଥି ୭ଟିରେ ବିଜୟୀ ହୋଇଥିବା ଥି ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି ।

Related posts

ଆଜଲାନ ଶାହ କପ, ଭାରତ ରନର୍ସଅପ

Odisha Sports Bureau

ବିବାଦରେ ସନରାଇଜର୍ସ ଲିଡ୍ସ, ‘ଦ ହଣ୍ଡ୍ରେଡ’ ନିଲାମରେ ପାକିସ୍ତାନୀ ଖେଳାଳିଙ୍କୁ କିଣି ଏବେ ଚିନ୍ତାରେ

Odisha Sports Bureau

ସାମସନଙ୍କ ଫ୍ୟାନ୍ସଙ୍କୁ ଖୁସି କରାଇବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନୂଆଁ ପ୍ରୟାସ