ମୁମ୍ବାଇ: ଆଇପିଏଲ୍ ୨୦୨୪ ଆଜିର ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୬୫ ତମ ମ୍ୟାଚ୍ । ଏହି ମୁକାବିଲା ଗୌହ୍ୱାଟୀ ଷ୍ଟାଡିୟମ୍ ରେ ଖେଳାଯିବାକୁ ଥିବା ବେଳେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଟକ୍କର । ଏହି ମ୍ୟା ଆଜି ରାତି ୭ଟା ୩୦ରେ ଖେଳାଯିବ । ବର୍ତ୍ତମାନ ଯାଏଁ ରାଜସ୍ଥାନ ରୟାଲ୍ସ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି ।ତେଣୁ ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୨ୟ ସ୍ଥାନରେ ରହିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା ସଞ୍ଜୁଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ । ୨ୟ ଦଳ ଭାବେ ପ୍ଲେ-ଅଫରେ ଏଣ୍ଟ୍ରି କରିଛି ରାଜସ୍ଥାନ । ତେଣୁ ବାକି ଥିବା ମ୍ୟାଚ ଗୁଡିକରେ ବିଜୟୀ ହେବା ସହ ପଏଣ୍ଟ ତାଲିକାରେ ଟପ୍ ରହିବାକୁ ଦଳ ଟାର୍ଗେଟ ରଖିଛି । ହେଲେ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ରୁ ଦଳର ଷ୍ଟାର କ୍ରିକେଟ୍ର ଜୋଶ ବଟଲର୍ ଅନୁପସ୍ଥିତ ରହିବେ । ଯାହାକି ଦଳକୁଏକ ଶକ୍ତ ଝଟ୍କା । ସେହିପରି ପଞ୍ଜାବ କିଙ୍ଗସ୍ ବର୍ତ୍ତମାନ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୪ଟିରେ ବିଜୟୀ ଏବଂ ୮ଟିରେ ପରାସ୍ତ ହେବାକୁପଡ଼ିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ ର ୧୦ମ ସ୍ଥାନରେ ରହିଛି । ଚଳିତ ଟୁର୍ଣ୍ଣା ମେଣ୍ଟରୁ ଦଳ ବାହାର ହୋଇସାରିଲାଣି । ତେଣୁ ବାକି ଥିବା ମ୍ୟାଚ୍ରେ ଦଳ ବିଜୟ ସହ ଟୁର୍ଣ୍ଣା ମେଣ୍ଟ ଶେଷ କରିବାକୁ ଟାର୍ଗେଟ ରଖିଛି। ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ ଟପ୍ରେପ୍ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥି ରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଟପ୍ ରେ ରହିଛି । ଏହା ପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳିଛି । ଯେଉଁଥି ରେ ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପା ଖରେ ଏବେ ୧୪ ପଏଣ୍ଟ ରହିଛି। ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି।