Cricket

IPL 2024 : ଆଜି ହାଇଦ୍ରାବାଦରେ ମୁହାଁମୁହିଁ ହେବେ ସନରାଇଜର୍ସ ଏବଂ ଟାଇଟନ୍ସ

ଆଜି ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ହାଇ ଭୋଲ୍ଟେଜ ଲଢେଇ | ରାତି ୭ଟି ୩୦ମିନିଟରେ ଖେଳାଯିବ ଏହି ଆଇପିଏଲ ମୁକାବିଲା । ଏହି ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୬୬ ତମ ମ୍ୟାଚ୍ । ବର୍ତ୍ତମାନ ଯାଏଁ ସନରାଇଜର୍ସ ହାଇଦ୍ରାବାଦ୍ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟି ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍ର୪ର୍ଥ ସ୍ଥାନରେ ରହିଛି । ପ୍ଲେ-ଅଫ ରେସ୍ରେ ହାଇଦ୍ରାବାଦ୍ ଟିମ୍ ଆଗରେ ରହିଛି । ଦଳକୁ ପ୍ଲେ-ଅଫ ପାଇଁ କ୍ୱାଲିଫାଏ କରିବାକୁ ହେଲେ ଆଜିର ମ୍ୟାଚ୍ରେ ବିଜୟୀ କିମ୍ବା ୧ ପଏଣ୍ଟ ଦରକାର । ତେଣୁ ଆଜିର ମ୍ୟାଚ୍ରେ ହାଇଦ୍ରାବାଦ୍ ଟିମ୍ ପାଇଁ ବିଜୟୀ ଜରୁରୀ ରହିଛି ।

ସେହିପରି ଗୁଜରାଟ ଟାଇଟନ୍ସ ବର୍ତ୍ତମାନ ସୁଦ୍ଧା ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୧ ପଏଣ୍ଟ ରହିଛି । ଆଉ ପଏଣ୍ଟ ଟେବୁଲ୍ରେ ୮ମ ସ୍ଥାନରେ ରହିଛି । ଚଳିତ ସିଜିନ୍ର ପ୍ଲେ-ଅଫ ରେସ୍ରୁ ଗୁଜରାଟ ଟାଇଟନ୍ସ ବାଦ୍ ପଡିସାରିଲାଣି । ତେଣୁ ଆଜିର ମ୍ୟାଚ୍ରେ ବିଜୟୀ କିମ୍ବା ପରାଜୟ ଟିମ୍ ପାଇଁ ସେତେଟା ଫରକ ପଡିବନାହିଁ ।

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି।

Related posts

କପିଳଙ୍କ ‘ଅହଂକାର’ ଟିପ୍ପଣୀର ଜବାବ ରଖିଲେ ଜାଡେଜା

Odisha Sports Bureau

ଚଳିତ ମାସ ୧୪ ତାରିଖରୁ ବିସିସିଆଇ ଦିନିକିଆ ଲିଗ,ସାମିଲ ହେଲେ ଅର୍ଜୁନ

Odisha Sports Bureau

ଉଜ୍ଜ୍ୱଳ ହେବାକୁ ଯାଉଛି ସଞ୍ଜୁଙ୍କ ଭାଗ୍ୟ; ଟି -୨୦ ବିଶ୍ୱକପ ପରେ ମଧ୍ୟ ତାଙ୍କ ସ୍ଥାନ ଟିମ୍ ଇଣ୍ଡିଆରେ ରହିବ!

Leave a Comment