Football

ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ନେବେ ଅବସର

ନୂଆଦିଲ୍ଲୀ: ଅବସର ନେବେ ସୁନୀଲ ଛେତ୍ରି । ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ଅବସର ଗ୍ରହଣ କରିବେ ବୋଲି କୁହାଯାଉଛି । ଏ ନେଇ ସେ ଆଜି ଘୋଷଣା କରିଛନ୍ତି। କୁଏତ ବିରୋଧରେ ଜୁନ ୬ରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍ ଯୋଗ୍ୟତା ମ୍ୟାଚ ପରେ ସୁନୀଲ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି। ତେବେ ଏହା ତାଙ୍କର ଶେଷ ମ୍ୟାଚ ହେବ।
ଭାରତୀୟ ଦଳର ଅଧିନାୟକ ଥିବା ସୁନୀଲ ଅବସର ଗ୍ରହଣ ସଂକ୍ରାନ୍ତରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ୪୦ ବର୍ଷୀୟ ଏହି ଖେଳାଳି ୨୦୦୫ ଜୁନ ୧୨ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନ୍ତର୍ଜାତୀୟ ମ୍ରାଚରେ ପଦାର୍ପଣ କରିଥିଲେ। ଏହା ସହିତ ଭାରତ ପାଇଁ ସେ ତାଙ୍କର ପ୍ରଥମ ଗୋଲ୍ ଏହି ମ୍ୟାଚରେ ସ୍କୋର କରିଥିଲେ। ବର୍ତ୍ତମାନର ଖେଳାଳିମାନଙ୍କ ମଧ୍ୟରେ ସୁନୀଲ ସର୍ବାଧିକ ଗୋଲ ସ୍କୋରରଙ୍କ ଭିତରେ ୩ୟ ସ୍ଥାନରେ ରହିଛନ୍ତି। ପର୍ତ୍ତୁଗାଲର କିମ୍ବନ୍ଦନ୍ତୀ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଥମ ସ୍ଥାନରେ ଥିବାବେଳେ ଆର୍ଜେଣ୍ଟିନାର କିମ୍ବନ୍ଦନ୍ତୀ ଖେଳାଳି ଲିଓନେଲ୍ ମେସି ୨ୟ ସ୍ଥାନରେ ରହିଛନ୍ତି।
ଭାରତୀୟ ଫୁଟବଲ ପ୍ରତି ଅବଦାନ ହେତୁ ସୁନୀଲଙ୍କୁ ୨୦୧୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୦୮ ଏଏଫସି ଚାଲେଞ୍ଜ କପ୍, ୨୦୧୧ ଏବଂ ୨୦୧୫ର ସାଫ୍ ଚାମ୍ପିଅନଶିପ୍, ୨୦୦୭, ୨୦୦୯ ଏବଂ ୨୦୧୨ରେ ଅନୁଷ୍ଠିତ ନେହେରୁ କପ୍, ୨୦୧୭ ଓ ୨୦୧୮ ଇଣ୍ଟରକଣ୍ଟିନେଣ୍ଟାଲ କପ୍ରେ ଭାରତ ଟାଇଟଲ ହାସଲ କରିଛନ୍ତି ସୁନୀଲ ଛେତ୍ରି ।

Related posts

ଫିଫା ବିଶ୍ୱକପ୍ : ଆଜିଠାରୁ ନକ୍ ଆଉଟ ରାଉଣ୍ଡ

Odisha Sports Bureau

ଫିଫା ବିଶ୍ୱକପ ଆୟୋଜନ କରି ନୂଆ ଇତିହାସ ରଚିଛି କାତାର

Odisha Sports Bureau

ସନ୍ତୋଷ ଟ୍ରଫିରେ ଦିଲ୍ଲୀର ଦୁଇ ଶ୍ରେଷ୍ଠ ଫୁଟବଲର

Odisha Sports Bureau