Cricket

ଟପ୍-୫ ବୋଲରରେ ସାମିଲ ହେଲେ ଅଶ୍ୱିନ

ନୂଆଦିଲ୍ଲୀ: ଟପ୍-୫ ବୋଲରରେ ସାମିଲ ହେଲେ ଅଶ୍ୱିନ । ରାଜସ୍ଥାନ ରୟାଲ୍ସ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ଆଇପିଏଲ୍ ୨୦୨୪ରେ ଯୋରଦାର ପ୍ରଦର୍ଶନ ଜାରି ରଖିଛନ୍ତି । ସେ ଗତକାଲି ସମାପ୍ତ ଏଲିମିନେଟର ମୁକାବିଲାରେ ସେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଅଶ୍ଵିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ୨ଟି ଓ୍ଵିକେଟ୍ ନେଇ ଆଇପିଏଲ୍ କ୍ୟାରିୟରରେ ୧୮୦ ଓ୍ଵିକେଟ୍ ପୂରଣ କରିଛନ୍ତି। ଏହା ସହିତ ସେ କୋଲକାତା ନାଇଟ ରାଇଡର୍ସର ସ୍ପିନର ସୁନୀଲ ନାରିନଙ୍କୁ ପଛରେ ପକାଇ ଟପ୍-୫ ବୋଲରରେ ସାମିଲ ହୋଇଛନ୍ତି। ଅଶ୍ଵିନଙ୍କ ଆଗରେ ୟୁଜବେନ୍ଦ୍ର ଚହଲ, ପୀୟୂଷ ଚାଓ୍ଵଲା, ଡ୍ଵେନ ବ୍ରାଭୋ ଓ ଭୁବନେଶ୍ଵର କୁମାର ରହିଛନ୍ତି।
ଆର ଅଶ୍ଵିନ ଏ ପର୍ଯ୍ୟନ୍ତ ୨୧୧ ଆଇପିଏଲ୍ ମ୍ୟାଚ୍ ଖେଳି ୨୯.୫୮ ହାରରେ ଏବଂ ୭.୧୦ ଇକୋନମିରେ ୧୮୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୪/୩୪ ରହିଛି । ସେ କେକେଆରର ସୁନୀଲ ନାରାୟଣଙ୍କୁ ପଛରେ ପକାଇଛନ୍ତି। ସୁନୀଲ ୧୭୬ଟି ମ୍ୟାଚରେ ୨୫.୪୪ ହାରରେ ଏବଂ ୫/୧୯ ସର୍ବଶ୍ରେଷ୍ଠ ବୋଲିଂ ସହ ୧୭୯ ସଫଳତା ହାସଲ କରିଛନ୍ତି। ଆଇପିଏଲ୍ ଇତିହାସରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ସେ ଏହି ଲିଗରେ ଏକମାତ୍ର ବୋଲର ହିସାବରେ ୨୦୦ରୁ ଅଧିକ ଓ୍ଵିକେଟ୍ ନେଇଛନ୍ତି। ଚହଲ ଆଇପିଏଲ୍ କ୍ୟାରିୟରରେ ୧୫୯ଟି ମ୍ୟାଚ୍ ଖେଳି ୨୦୫ ବ୍ୟାଟରଙ୍କ ଶିକାର କରିଛନ୍ତି। ପୀୟୂଷ ଚାଓ୍ଵଲା ୧୯୨ ଓ୍ଵିକେଟ୍ ସହ ଦ୍ଵିତୀୟ, ଡ୍ଵେନ ବ୍ରାଭୋ ୧୮୩ ଓ୍ଵିକେଟ୍ ସହ ତୃତୀୟ ଏବଂ ଭୁବନେଶ୍ଵର କୁମାର ୧୮୧ ଓ୍ଵିକେଟ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।

Related posts

ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କଲେ ରୋହମାଲିଆ

Odisha Sports Bureau

ସର୍ଫରାଜ ଅହମ୍ମଦଙ୍କୁ କାହିଁକି ଅବସର ନେବାକୁ ବାଧ୍ୟ କରାଗଲା? ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ପଦକ୍ଷେପ ନେଇଛି।

Odisha Sports Bureau

୧୯୯ ଶତକ, ୨୭୩ ଅର୍ଦ୍ଧଶତକ, ୬୧ ହଜାରରୁ ଅଧିକ ରନ୍ ଆଜି ପର୍ଯ୍ୟନ୍ତ ଜ୍ୟାକ ହବ୍ସଙ୍କ ଏହି ରେକର୍ଡ