Tennis

ତୃତୀୟ ରାଉଣ୍ଡରେ ଜୋକୋଭିକ

ପ୍ୟାରିସ୍‌: ବିଶ୍ବର ୧ ନମ୍ବର ନୋଭାକ ଜୋକୋଭିକ, ୨ ନମ୍ବର ଜାନିକ ସିନ୍ନର, ୪ ନମ୍ବର ଆଲେକ୍‌ଜାଣ୍ଡର ଭେରେଭ ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଏକକ ମୁକାବିଲାରେ ୨୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସର୍ବିୟାର ଜୋକୋଭିକ ୬-୪, ୬-୧, ୬-୨ ସେଟ୍‌ରେ ସ୍ପେନ୍‌ର ରୋବର୍ତୋ କାର୍ବାଲେସ ବାଏନାଙ୍କୁ, ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜେତା ଇଟାଲିର ସିନ୍ନର ୬-୪, ୬-୨, ୬-୪ ସେଟ୍‌ରେ ଫ୍ରାନ୍ସର ରିଚାର୍ଡ ଗାସ୍‌କ୍ବେଟଙ୍କୁ, ଜର୍ମାନିର ଭେରେଭ ୭-୬, ୬-୨, ୬-୨ ସେଟ୍‌ରେ ବେଲ୍‌ଜିୟମ୍‌ର ଡେଭିଡ୍‌ ଗଫିନ୍‌ଙ୍କୁ ହରାଇଥିଲେ। ସେହିଭଳି ଦଶମ ମାନ୍ୟତାପ୍ରାପ୍ତ ବୁଲଗେରିଆର ଗ୍ରିଗୋରି ଦିମିତ୍ରୋଭ ୬-୦, ୬-୩, ୬-୪ ସେଟ୍‌ରେ ହଙ୍ଗେରିର ଫାବିଆନ୍‌ ମାରୋସାନଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ମହିଳା ଏକକରେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନା ୬-୪, ୭-୬ ସେଟ୍‌ରେ ଫ୍ରାନ୍ସର ଡିଆନା ପେରିଙ୍କୁ ମାତ୍‌ ଦେଇ ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

Related posts

ଜେରଭଙ୍କୁ ଏଟିପି ଟୁର୍‌ ଫାଇନାଲ୍ସ ଟ୍ରଫି

Odisha Sports Bureau

ନିଜର ଅବସର ଘୋଷଣା କଲେ ଟେନିସ ତାରକା ରାଫେଲ୍ ନାଡାଲ

Odisha Sports Bureau

ଫ୍ୟାନ୍ସ ତାରକା ଭେନେସା ସିଆରା କିଏ?

Odisha Sports Bureau