Cricket

ହାତକୁ ଦି ହାତ ‌ହେଲେ ଏହି ଷ୍ଟାର କ୍ରିକେଟର

ହାତକୁ ଦି ହାତ ‌ହେଲେ କୋଲକାତା ନାଇଟ୍ ରାଇଡର୍ସର ବିସ୍ଫୋରକ ବ୍ୟାଟର୍ ଭେଙ୍କଟେଶ ଆୟର୍ | ଆଇପିଏଲ୍ ଟ୍ରଫି ବିଜୟର ଖୁସି ଭିତରେ ରବିବାର ପାରମ୍ପରିକ ଦକ୍ଷିଣ ଭାରତୀୟ ଉତ୍ସବରେ ପ୍ରେମିକା ଶୃତି ରଘୁନାଥନଙ୍କ ହାତ ଧରିଛନ୍ତି ସେ। ଆଇପିଏଲ୍ ଟ୍ରଫି ବିଜୟର ଖୁସି ଭିତରେ ବିବାହ ଉତ୍ସବରେ ଶ୍ରୁତି ସୁନେଲି ଏମ୍ବ୍ରୋଡୋରି ଥିବା ନୀଳ ରଙ୍ଗର ଶାଢ଼ି ପିନ୍ଧି ବେଶ୍ ଆକର୍ଷଣୀୟ ଲାଗୁଥିଲେ। ଅନ୍ୟପକ୍ଷରେ ଭେଙ୍କଟେଶ ଦକ୍ଷିଣ ଭାରତୀୟ ଧୋତି ପିନ୍ଧି ବହୁତ ଭଲ ଦେଖା ଯାଉଥିଲେ। ଶୃତିଙ୍କୁ ଭେଙ୍କଟେଶ ବରଣମାଳା ପିନ୍ଧାଉଥିବାର ଫଟୋ ପଦାକୁ ଆସିବା ପରେ ଉଭୟଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। କୋଲ୍‌କାତା ନାଇଟ୍ ରାଇଡର୍ସ ପକ୍ଷରୁ ମଧ୍ୟ ନବ ଦମ୍ପତିଙ୍କୁ ‘ଏକ୍ସ’ରେ ଶୁଭକାମନା ଜଣାଇ ଦିଆଯାଇଛି।

ତେବେ ୨୦୨୪ ଆଇପିଏଲ୍‌ ଭେଙ୍କଟେଶଙ୍କ ପାଇଁ ଶାନ୍‌ଦାର ରହିଥିଲା। ଏହି ସିଜିନ୍‌ରେ ସେ ୪ ଥର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାଛଡ଼ା ସେ ଫାଇନାଲ୍‌ ମ୍ୟାଚ୍‌ରେ ସନ୍‌ରାଇଜର୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ। ଭେଙ୍କଟେଶ ତାଙ୍କ କ୍ୟାରିୟରରେ ୨ଟି ୱାନ୍‌ଡେ ମ୍ୟାଚ୍‌ ଏବଂ ୯ଟି ଟି-୨୦ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ଼୍ବ କରିଛନ୍ତି।

Related posts

ମେ ୨୬ରେ ଖେଳାଯିବ ଫାଇନାଲ ମୁକାବିଲା

Odisha Sports Bureau

ଆମେରିକାର ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କୁ କ୍ରିକେଟ ଖେଳ ବିଷୟରେ ତାଲିମ ଦେବେ କୋରାପୁଟ ଫୁଅ

ଶ୍ରୀଲଙ୍କା ସିରିଚ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau