Cricket

ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା , ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଭୁବନେଶ୍ୱର: ଟି -୨୦ ବିଶ୍ୱକପ ସମୟରେ ଓଡିଶା କ୍ରିକେଟ ପ୍ରମୀଙ୍କ ପାଇଁ ଖୁସି ଖବର । ପାଖାପାଖି ଅଢେଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା । ଆସନ୍ତାବର୍ଷ ଫେବ୍ରୁଆରୀ ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଏହା ଭିତରୁ ଦ୍ୱିତୀୟ ଦିନିକିଆ ମ୍ୟାଚଟି କଟକରେ ଖେଳାଯିବ । ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଚେନ୍ନାଇରେ ହେବାକୁ ଥିବାବେଳେ, ଦ୍ୱିତୀୟ ଟି-୨୦ କୋଲକାତା, ତୃତୀୟ ଟି-୨୦ ମ୍ୟାଚ୍ ରାଜକୋଟ, ଚତୁର୍ଥ ଟି-୨୦ ମ୍ୟାଚ୍ ପୁଣେ ଏବଂ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ । ଏହାପରେ ଫେବ୍ରୁଆରୀ ୬ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବ । ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ମ୍ୟାଚ୍ କଟକ ବାରବାଟୀ ଏବଂ ତୃତୀୟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ବୋଲି ସୂଚନା ରହିଛି ।

Related posts

୮ ବର୍ଷ ପରେ ବୋଲିଂ କଲେ କୋହଲି

Odisha Sports Bureau

ଭାରତର ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି

ବାବର ଆଜାମଙ୍କ ସହ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଶାହିନ୍ ଶାହା ଆଫ୍ରିଦି ;କହିଲେ ବିଶ୍ୱକପ ଆମର

Odisha Sports Bureau