Cricket

ଜିମ୍ବାୱେ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଅଧିନାୟକ ଶୁବମନ ଗିଲ୍

ନୂଆଦିଲ୍ଲୀ: ଜିମ୍ବାୱେ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଏହା ଅସନ୍ତା ୬ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବେଳେ ୫ଟିକିଆ ଟି ୨୦ ସିରିଜ ପାଇଁ ଆଜି ବିସିସିଆଇ ୧୫ ଜଣିଆ ଭାରତୀୟ ସ୍କ୍ୱାଡ ।ଘାଷଣା କରିଛି । ତେବେ ଏହର ଅଧିନାୟକ ହୋବେ ଯୁବ ଖେଳାଳୀ ଶୁବମନ ଗିଲ । ଦଳରେ କୌଣସି ସିନିୟର ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ। ବିଶ୍ୱକପ ପରେ ଏହି ସିରିଜ ଖେଳାଯିବ। ତେଣୁ ବିଶ୍ୱକପ ଖେଳୁ ଥିବା ଅଧିକାଂଶ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ବିଶ୍ୱକପ ସ୍କ୍ୱାଡରେ ଥିବା ଯଶସ୍ୱୀ ଜୈସୱାଲ ଓ ସଞ୍ଜୁ ସାମସନ ଜିମ୍ବାୱେ ବିପକ୍ଷ ସ୍କ୍ୱାଡରେ ରହିଛନ୍ତି। ତେବେ ଏହି ଟିମରେ ଶୁବମନ ଗିଲ(ଅଧିନାୟକ), ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ନୀତୀଶ ରେଡ୍ଡୀ, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ଖଲୀଲ ଅହମଦ, ମୁକେଶ କୁମାର ଓ ତୁଷାର ଦେଶପାଣ୍ଡେ ସ୍ଥାନ ପାଇଛନ୍ତି ।
ଭାରତ ଏହି ଗସ୍ତରେ ଜିମ୍ବାୱେ ସହ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ଅପରାହ୍ନ ୪.୩୦ରେ ସବୁ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ ଜୁଲାଇ ୬ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବାକି ମ୍ୟାଚ୍ ଗୁଡ଼ିକ, ୭, ୧୦, ୧୩ ଓ ୧୪ ଜୁଲାଇରେ ଖେଳାଯିବାର କାର୍ଯ୍ୟସୂଚି ରହିଛି ।

Related posts

କୋଲକତା ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ, ଡ୍ରେସିଂ ରୁମଜଳି ପାଉଁଶ

Odisha Sports Bureau

ଆଇପିଏଲ୍‌ରେ ବିଜୟ ଖାତା ଖୋଲିଲା ଲକ୍ଷ୍ନୌ

Odisha Sports Bureau

ଭାରତୀୟ ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନୀ ପ୍ରଶଂସକ

Odisha Sports Bureau