Cricket

ସତ ହୋଇଛି ବ୍ରାଏନ ଲାରାଙ୍କ ପୂର୍ବାନୁମାପ

ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ଆଫଗାନିସ୍ତାନ ୨୦୨୪ ଟି-୨୦ ବିଶ୍ୱକପର ସେମି ଫାଇନାଲରେ ପହଞ୍ଚିଛି । ଏହି ଐତିହାସିକ ବିଜୟ ପରେ ଆଫଗାନିସ୍ତାନର ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନଙ୍କ ସମେତ ସବୁ ଖେଳାଳି ଓ ଆଫଗାନିସ୍ତାନ ପ୍ରଶଂସକ ଭାବ ବିହ୍ୱଳ ହୋଇପଡିଥିଲେ । ସେମି ଫାଇନାଲରେ ପହଞ୍ଚିବା ପରେ ରଶିଦ ଖାନ କହିଛନ୍ତି, ଆଫଗାନିସ୍ତାନରେ ବର୍ତ୍ତମାନ ଉତ୍ସବର ମାହୋଲ । ଏହା ଆମ ପାଇଁ ବହୁତ ବଡ ଉପଲବ୍ଧି । ମୁଁ ବ୍ରାଏନ ଲାରାଙ୍କୁ ପ୍ରତିଶ୍ରୃତି ଦେଇଥିଲି ଯେ , ଆମେ ଆପଣଙ୍କ ଭରସା ଓ ବିଶ୍ୱାସ ରଖିବୁ ।
୨୦୨୪ ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟର ବ୍ରାଏନ ଲାରା ଆଫଗାନିସ୍ତାନ ଟି-୨୦ ବିଶ୍ୱକପର ସେମି ଫାଇନାଲରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଥିଲେ । ତାଙ୍କର ଏହି ପୂର୍ବାନୁମାନ ଅନେକଙ୍କୁ ଚକିତ କରିଥିଲା । ହେଲେ ଏହି କରିସ୍ମା କରି ଦେଖାଇଛି ଆଫଗାନିସ୍ତାନ ଏବଂ ଲାରାଙ୍କ ବିଶ୍ୱାସକୁ ସଠିକ ସାବ୍ୟସ୍ତ କରିଛି । ରଶିଦ ଖାନ ଲାରାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରା କରିଛନ୍ତି । ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ବଡ ବଡ ଦଳକୁ ଧୂଳି ଚଟାଇ ବାଂଲାଦେଶ ବିପକ୍ଷ ସୁପର -୮ର ଶେଷ ମୁକାବିଲାରେ ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ କରିଛି । ଆଫଗାନିସ୍ତାନର ବିଜୟ ସହ ଅଷ୍ଟ୍ରେଲିଆ ବିଶ୍ୱକପରୁ ବାଦ ପଡିଛି । ଏବେ ଭାରତ ,ଦକ୍ଷିଣ ଆଫ୍ରିକା , ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ସେମି ଫାଇନାଲ ।
ଏହି ଐତିହାସିକ ବିଜୟ ପରେ ରଶିଦ ଖାନ କହିଛନ୍ତି ,ଆମ ପାଇଁ ସେସି ଫାଇନାଲ ପହଞ୍ଚିବା ସ୍ୱପ୍ନ ପରି ଲାଗୁଛି । ଆମେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ନିଜ ପ୍ରତି ଭରସା ବଢିଥିଲା । କେବଳ ଜଣେ ବ୍ୟକ୍ତି ବ୍ରାଏନ ଲାରା ହିଁ କହିଥିଲେ ଯେ , ଆଫଗାନିସ୍ତାନ ସେମି ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିବ । ଆମେ ତାଙ୍କ ଭବିଷ୍୍ୟତବାଣୀଙ୍କୁ ସଠିକ ସାବ୍ୟସ୍ତ କରିଛୁ । ସ୍ୱାଗତ ପାର୍ଟିରେ ସାକ୍ଷାତ ସମୟରେ ମୁଁ ଲାରାଙ୍କୁ କହିଥିଲି ଯେ , ଆମେ ଆପଣଙ୍କ ଭରସା ରଖିବୁ

Related posts

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ : ବାଂଲାଦେଶକୁ ପରାସ୍ତ କରି ତୃତୀୟ ଟାଇଟଲ ହାସଲ କଲା ଭାରତ

Odisha Sports Bureau

ଆଜି ଭୁବନେଶ୍ୱର କନିଷ୍ଠ କ୍ରିକେଟ୍ ଲିଗ ଫାଇନାଲ ମ୍ୟାଚ୍,ଫାଇନାଲରେ ସହିଦ ସ୍ପୋର୍ଟିଂ

Odisha Sports Bureau

ଆଇସିସି ରାଙ୍କରେ ଶ୍ରେଷ୍ଠରେ ଇଶାନ କିଷନ, ତୃତୀୟରେ ଶୁଭମନ ଗିଲ୍

Odisha Sports Bureau