Cricket

ମୁମ୍ବାଇରେ ବିଜୟ ଉତ୍ସବ ପାଳୁଛି ଟିମ ଇଣ୍ଡିଆ

ମୁମ୍ବାଇ : ଆଜି ମୁମ୍ବାଇରେ ପାଳନ ହେଉଛି ଟିମ ଇଣ୍ଡିଆର ବିଜୟ ପରେଡ୍ । ଟିମ ପ୍ରଥମେ ଆଜି ଭାରତରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଏହା ପରେ ଏ କ ସ୍ବତନ୍ତ୍ର ବିମାନରେ ମୁମ୍ବାଇରେ ପହଞ୍ଚିଥିଲେ । ଟିମ ଇଣ୍ଡିଆକୁ ସ୍ବାଗତ କରିବାକୁ ମୁମ୍ବାଇ ଏୟାରପୋର୍ଟ ବାହାରେ କ୍ରିକେଟପ୍ରେମୀଙ୍କ ପ୍ରବଳ ସମାଗମ ହୋଇଛି । ମେରିନ୍ ଡ୍ରାଇଭ୍ ରେ ପ୍ରଶଂସକଙ୍କ ମଧ୍ୟରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବଡ଼ କଟ୍ ଆଉଟ୍ ମଧ୍ୟ ଦେଖିବାକୁ ମିଳୁଛି। ପ୍ରଶଂସକମାନେ ନିଜ ତାରକା ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଟିମ ଇଣ୍ଡିଆର ସଦସ୍ୟମାନେ ଏକ ଖୋଲା ବସରେ ବସି ନାରିମନ ପଏଣ୍ଟରୁ ମେରିନା ବିଚ୍ ଦେଇ ଓ୍ବାଙ୍ଖଡେ ଷ୍ଟାଡିୟମ ଅଭିମୁଖେ ଯାଉଛନ୍ତି । ସେଠାରେ ମୁଖ୍ୟ ବିଜୟ ସମାରୋହ ଆୟୋଜନ କରାଯାଇଛି । ମୁମ୍ବାଇର ମେରିନା ବିଚରେ ପ୍ରବଳ ଜନସମାଗମ ହୋଇଛି ।

Related posts

ଭାରତ-ପାକିସ୍ତାନ T20 ବିଶ୍ୱକପକୁ ନେଇ ମୁହଁ ଖୋଲିଲେ ପାକ୍ ପ୍ରଧାନମନ୍ତ୍ରୀ

Odisha Sports Bureau

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau

ଆଇପିଏଲ୍‌ରୁ ବାଦ ପଡ଼ିଲେ ଦ୍ରୁତ ବୋଲର ଦୀପକ ଚହର

Odisha Sports Bureau