Cricket

ପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଥିବା ଭାରତୀୟ ଖେଳାଳି ରବି ବିଷ୍ଣୋଇ ଦେଖାଇଲେ କମାଲ

ଆଜି ଠାରୁ ଭାରତୀୟ ଯୁବ ବାହିନୀ ଓ ଜିମ୍ବାୱେ ମଧ୍ୟରେ ଆରମ୍ଭ ହୋଇଯାଇଛି ୫ଟିକିଆ ଟି-୨୦ ସିରିଜ। ହରାରେ ଖେଳା ଯାଉଥିବା ପ୍ରଥମ ଟି-୨୦ରେ ଭାରତର ଅଧିନାୟକ ଶୁବମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଗିଲ ପ୍ରଥମଥର ପାଇଁ ଭାରତର ନେତୃତ୍ୱ ଟି-୨୦ରେ ନେଉଥିବା ବେଳେ ଟସ୍ ଜିତିବାକୁ ସକ୍ଷମ ହୋଇଛନ୍ତି। ସେ ଟସ୍ ଜିତି ସକନ୍ଦର ରାଜାଙ୍କ ଜିମ୍ବାୱେକୁ ଘରୋଇ ପରିବେଶରେ ପ୍ରଥମେ ବ୍ୟାଟିଂ କରିବାକୁ ଦେଇଥିଲେ। ଆଉ ପଥମ ମ୍ୟାଚରେ ବୋଲିଂ କରିଥିଲା ଗିଲ ବାହିନି । ଏହିମ୍ୟାଚରେ ବୋଲିଂରେ କମାର କରି ଦେଖାଇଛନ୍ତି ଭାରତୀୟ ଦଳ । ଶୁବମନ ଗିଲଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଥିବା ଭାରତୀୟ ଟିମ ପାଇଁ ରବି ବିଷ୍ଣୋଇ ନିଜର ଦମ ଦେଖାଇଛନ୍ତି। ସେ ୪ ଓଭରେ ମାତ୍ର ୧୩ ରନ ଦେଇ ୪ ୱିକେଟ ଦଖଲ କରିଛନ୍ତି। ଏଥିରେ ଦୁଇଟି ମେଡେନ ଓଭର ମଧ୍ୟ ରହିଛି। ଲେଗ ସ୍ପିନର ବିଷ୍ଣୋଇଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଘରୋଇ ଟିମ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୧୫ ରନ କରିବାକୁ ସକ୍ଷମ ହୋଇଛି। ଏବେ ଗିଲ୍ଙ୍କ ନେତୃତ୍ୱରେ ଭାରତକୁ ପ୍ରଥମ ଟି-୨୦ ଜିତିବାକୁ ମାତ୍ର ୧୧୬ ରନ କରିବାକୁ ପଡିବ । ହରାରେ ଖେଳା ଯାଉଥିବା ପ୍ରଥମ ଟି-୨୦ରେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା ଟସ୍ ହାରି ଯାଇଥିଲେ। ଗିଲ ତାଙ୍କ ପ୍ରଥମ କ୍ୟାପ୍ଟେନ୍ସିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ହିଁ ଜିମ୍ବାୱେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଇନୋସେଣ୍ଟ କାଇଆ ଦ୍ରୁତ ବୋଲର ମୁକେଶ କୁମାରଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ।

ତେବେ ଦ୍ୱିତୀୟ ୱିକେଟ ପାଇ ବ୍ରାଏନ ବେନେଟ(୨୩) ଓ ୱେସ୍ଲେ ମାଧେଭେରେ(୨୧) ୩୪ ରନ ଯୋଡ଼ିଥିଲେ। କିନ୍ତୁ ରବି ବିଷ୍ଣୋଇ ଏମାନଙ୍କୁ ଆଉଟ କରି ଜିମ୍ବାୱେର ସବୁ ଆଶାରେ ପାଣି ପକାଇ ଦେଇଥିଲେ।ଏହାପରେ ଆଉ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନଥିଲେ। ବିଷ୍ଣୋଇଙ୍କ ସହ ତାଳ ଦେଇ ୱାଶିଂଟନ ସୁନ୍ଦର ମଧ୍ୟ ନିଜର ଦମ ଦେଖାଇଥିଲେ। ଅଧିନାୟକ ସିକନ୍ଦର ରାଜା(୧୭) ଓ ଡିଅନ ମେୟର୍ସ(୨୩) କିଛି ସମୟ ପାଇଁ ଲଢ଼ିଥିଲେ ହେଁ କିଛି ବି ଲାଭ ହୋଇ ନଥିଲା। ଉଭୟଙ୍କ ୱିକେଟ ଯଥାକ୍ରମେ ଆବେଶ ଖାନ ଓ ୱାଶିଂଟନ ସୁନ୍ଦର ନେଇଥିଲେ। ଭାରତ ପକ୍ଷରୁ ବିଷ୍ଣୋଇ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ୱାଶିଂଟନ ୨ଟି, ଆବେଶ ଖାନ ଓ ମୁକେଶ କୁମାର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

 

Related posts

ଆଜିଠୁ ଦିନିକିଆ କ୍ରିକେଟ୍ ମହାସମର, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମୁକାବିଲା

Odisha Sports Bureau

ଆଜି ପଞ୍ଜାବକୁ ଭେଟିବ ରାଜସ୍ଥାନ

Odisha Sports Bureau

ଆଇପିଏଲ ୨୦୨୬ ସିଜିନ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ରୁ ଖେଳିବେନି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା !

Odisha Sports Bureau