Cricket

ଋାହୁଲଙ୍କୁ ଅଫର ଦେଲା କେକେଆର !

କୋଲକତା; କେକେଆର ପରାମର୍ଶ ଦାତା ହେବେ ରାହୁଲ ଦ୍ରାବିଡ । ଏନେଇ ଅଫର ଦେଇଛି କେକେଆର । କାରଣ ରାହୁଲ ଦ୍ରାବିଡଙ୍କ ଚମତ୍କା ପ୍ରଦର୍ଶନ କେକେଆର ଦେଖି ନିଜକୁ ଆଡକୁ ଟାଣିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । କେକେଆର ପୂର୍ବରୁ ଗୌତମ ଗମ୍ଭୀରଙ୍କ ପ୍ରତିନିଧିତ୍ଵରେ ଦୁଇ ଥର ଆଇପିଏଲ ଜିତିଥିଲା ଏବଂ ତୃତୀୟ ଥର ପାଇଁ ଗମ୍ଭୀର ଦଳର ପରାମର୍ଶଦାତା ଭାବରେ ଟାଇଟଲ ଜିତିଥିଲେ। ଏଥି ସହିତ, ବର୍ତ୍ତମାନ ଆଇପିଏଲ ୨୦୨୫ ପୂର୍ବରୁ କେକେଆର ରାହୁଲ ଦ୍ରାବିଡଙ୍କୁ ଦଳର ପରାମର୍ଶଦାତା ହେବା ପାଇଁ ଅଫର ଦେଇଛି।ତେବେ କେନିଙ୍ଗଷ୍ଟନ୍ ଓଭାଲରେ ମିଡ଼ିଆ ସହ ବାର୍ତ୍ତାଳାପ ସମୟରେ ଦ୍ରାବିଡ ଥଟ୍ଟାରେ କହିଥିଲେ ଯେ ବର୍ତ୍ତମାନ ସେ ଆସନ୍ତା ସପ୍ତାହରୁ ସେ ବେକାର ହେବାକୁ ଯାଉଛନ୍ତି। ତେବେ ଦ୍ରାବିଡ଼ କେକେଆର ପାଇଁ ପ୍ରଶିକ୍ଷକ ହେବା ଏବେ ଚର୍ଚ୍ଚା ଚାଲିଛି ।

 

Related posts

ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ

ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀ

ପିତାଙ୍କ ପରଲୋକରେ ପଡ଼ିଆକୁ ଆସିଲେ ରସିଦ ଖାନ

Odisha Sports Bureau