Cricket

ବାଗେଶ୍ୱର ଧାମରେ ନଜର ଆସିଲେ କୁଲଦୀପ ଯାଦବ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ପହଞ୍ଚିଛି ଟିମ୍ ଇଣ୍ଡିଆର ଟି -୨୦ ଦଳ । ଯେଉଁ ଠାରେ ସେମାନଙ୍କୁ ୩ଟି ଟି-୨୦ ମ୍ୟାଚ ଖେଳିବାକୁ ପଡିବ । ଉଭୟ ଟି ୨୦ ଏବଂ ଦିନିକିଆ ସିରିଜ ପାଇଁ ଟିମ ମଧ୍ୟ ଘୋଷଣା ହୋଇସାରିଛି । ଦିନିକିଆ ଟିମରେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି । ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ କୁଳଦୀପ ବାବା ବାଗେଶ୍ୱର ଧାମରେ ପହଞ୍ଚିଛନ୍ତି । ଏଟାରେ ପହଞ୍ଚି କୁଲଦୀପ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କୁଲଦୀପଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି କି, କୁଲଦୀପ ବାବାଙ୍କ ଚରଣରେ ବସିଥିବାର ନଜର ଆସିଛନ୍ତି । ତାଙ୍କ ପାଖରେ କଡା ସୁରକ୍ଷା ମଧ୍ୟ ରହିଛି । ତେବେ ପୂର୍ବରୁ ବାବାଙ୍କ ଆଶୀର୍ବାଦ ନେବାକୁ କୁଳଦୀପ ଅନେକ ଥର ଯାଇଛନ୍ତି । କୁଲଦୀପଙ୍କ ଛଡା ଅନେକ କ୍ରିକେଟର ମଧ୍ୟ ବାବାଙ୍କ ଆଶୀର୍ବାଦ ନେବାକୁ ଯାଆନ୍ତି ।
ତେବେ ସୂଚନା ଅନୁଯାୟୀ, କୁଲଦୀପ ଯାଦବ ନିଜ କ୍ୟାରିଅରରେ ୧୨ଟି ଟେଷ୍ଟ , ୧୦୩ ଦିନିକିଆ ଏବଂ ୪୦ଟି ଟି ୨୦ ମ୍ୟାଚ ଖେଳିଛନ୍ତି ।

Related posts

ସାମ୍ବାଦିକ ସମ୍ମଳନୀକୁ ନେଇ ଅସଦ ଆଚରଣ କଲେ ଅଷ୍ଟ୍ରେଲିଆ ସାମ୍ବାଦିକ

Odisha Sports Bureau

ଟେଷ୍ଟ ପୂର୍ବରୁ ଭାରତ ଫେରିଲେ ବିରାଟ

Odisha Sports Bureau

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ

Odisha Sports Bureau