Cricket

ସେମିଫାଇନାଲ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ ଦଳ

ବ୍ୟୁରୋ : ସେମିଫାଇନାଲ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ ଦଳ । ପ୍ରଥମ ସେମିଫାଇନାଲରେ ଭାରତ ୧୦ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଅର୍ଦ୍ଧ ଶତକ ହାସଲ କରିଛନ୍ତି । ସେହିପରି ରେଣୁକା ସିଂ, ରାଧିକା ଯାଦବ ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଏହି ମ୍ୟାଚରେ ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ନିଗାରା ସୁଲତାନା ଓ ସୋରନା ଅଖତାରଙ୍କୁ ଛାଡିଦେଲେ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ବାଂଲାଦେଶ ୨୦ ଓଭରରେ ୮ ୱିକେଟ ହରାଇ ୮୦ ରନ କରିଥିଲା । ସେହିପରି ଭାରତ ୮୧ ରନର ବିଜୟ ଲକ୍ଷ୍ୟକୁ ବିନା ୱିକେଟ ହରାଇ ୧୧ ଓଭରରେ ହାସଲ କରିଥିଲା ।

ତେବେ ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କା ଓ ପାକ୍ସାତନ ମୁହାଁ ମୁହିଁ ହେବେ । ଯିଏ ଜିତିବ ସେ ୨୮ ତାରିଖରେ ଭାରତ ସହ ଫାଇନାଲ ଖେଳିବ । ଭାରତ ଏସିଆ କପରେ ସର୍ବାଧିକ ଥର ବିଜୟୀ ହୋଇଛି । ଭାରତ ୭ଥର ଚାମ୍ପିୟନ ହୋଇଥିବା ବେଳେ ବାଂଲାଦେଶ ଥରେ ଚାମ୍ପିୟନ ହୋଇଛି ।

Related posts

୯ ଓକ୍ୱିକେଟରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ, ଭାରତର ସବୁ ବ୍ୟାଟର ଫେଲ୍, ଏକାକୀ ଘାଇଳା କଲେ ଲାୟନ

Odisha Sports Bureau

୧୨୮ ବର୍ଷପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ସହ ଆହୁରି ୪ଟି ଗେମ

Odisha Sports Bureau

ମଇଦାନକୁ ଓହ୍ଳାଇଲା ଆଫଗାନିସ୍ତାନ

Odisha Sports Bureau