ଭାରତ ବିପକ୍ଷ ଟି- ୨୦ ସିରିଜରୁ ବାଦ ପଡିଲେ ଶ୍ରୀଲଙ୍କା ବୋଲର ନୂଆନ ତୁଷାର । ସେ ଆହତ କାରଣରୁ ଏହି ସିରିଜରୁ ବାଦ ପାଡିଛନ୍ତି । ତେବେ ତାଙ୍କ ସ୍ତାନରେ ଏବେ ଦିଲ୍ସାନ ମଦୁଶଙ୍କାଙ୍କୁ ସାମିଲ କରାଯାଇଛି ବୋଲି ସୂଚନା ରହିଛି । ଗତ ଗୁରୁବାର ଅଭିଜ୍ଞ ପେସ୍ ବୋଲର ଦୁଷ୍ମନ୍ତ ଚାମିରା ବାଦ ପଡ଼ିଥିଲେ ଏବଂ ତାଙ୍କ ସ୍ଥାନରେ ଆସିଥା ଫର୍ଣ୍ଣାଣ୍ଡୋଙ୍କୁ ସୁଯୋଗ ମିଳିଥିଲା ।
ସୂଚନା ଅନୁଯାୟୀ, ଗତ ବୁଧବାର ଫିଲ୍ଡିଂ ଅଭ୍ୟାସ କରିବା ସମୟରେ ତୁଷାରାଙ୍କ ବାମ ହାତ ଆଙ୍ଗୁଳିରେ ଆଘାତ ଲାଗିଥିଲା ଏବଂ ହାଡ଼ ଭାଙ୍ଗି ଯାଇଥିଲା । ଫଳରେ ସେ ଟି-ଟ୍ୱେଣ୍ଟି ସିରିଜରୁ ବାଦ୍ ପଡ଼ିଛନ୍ତି ।’
ତେବେ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରେ ତୁଷାରା ୩ଟି ମ୍ୟାଚ୍ ଖେଳି ୮ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ବାଂଲାଦେଶ ବିପକ୍ଷ ଏକ ଟି-ଟ୍ୱେଣ୍ଟିରେ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ । ଏହି ମ୍ୟାଚ୍ରେ ସେ ୨୦ରନ୍ ନେଇ ୫ଟି ୱିକେଟ୍ ହାତେଇଥିଲେ । ଆସନ୍ତା ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ୨୮ ଓ ୩୦ ତାରିଖରେ ଶେଷ ୨ଟି ଟି-ଟ୍ୱେଣ୍ଟି ରହିଛି ।
next post