Uncategorized

ନୀରଜ ସ୍ବର୍ଣ୍ଣ ଜିତିଲେ ପୁରସ୍କାର ଦେବେ ଋଷବ ପନ୍ତ

ନୂଆଦିଲ୍ଲୀ: ଚାଲିଛି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ । ଏହାରି ଭିତରେ ଭାରତର ସୁନା ପୁଅ ନୀରଜ ଚୋପ୍ରା ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର କ୍ୱାଲିଫିକେସନ ରାଉଣ୍ଡର ପ୍ରଥମ ଥ୍ରୋରେ ଫାଇନାଲରେ ପ୍ରବେଶ କରିଥିଲେ ନୀରଜ । ନୀରଜ କ୍ୱାଲିଫିକେସନ ରାଉଣ୍ଡରେ ୮୯.୩୪ ମିଟର ଜାଭେଲିନ ପକାଇଥିଲେ । ନୀରଜଙ୍କ ଫାଇନାଲକୁ ସମସ୍ତ ନଜର ରହିଛି ।

ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ୍ ‘ବି’ରେ ସ୍ଥାନ ପାଇଥିବା ୨୬ ବର୍ଷୀୟ ନୀରଜ ଟୋକିଓ ଅଲିମ୍ପିକ୍ସ ଭଳି ପ୍ୟାରିସ୍ରେ ମଧ୍ୟ ନିଜ ପ୍ରଥମ ପ୍ରୟାସରେ ୮୪ ମିଟରର ସିଧାଳସଖ ଯୋଗ୍ୟତା ସୀମାରେଖାକୁ ଅତି ସହଜରେ ଟପି ଯାଇଥିଲେ। ଫଳରେ ପରବର୍ତ୍ତୀ ଦୁଇଟି ରାଉଣ୍ଡ୍ରେ ତାଙ୍କୁ ଆଉ ଜାଭଲିନ୍ ଫିଙ୍ଗିବାକୁ ପଡ଼ି ନଥିଲା। ଏବେ ଯୋଗ୍ୟତା ପର୍ଯ୍ୟାୟର ଶ୍ରେଷ୍ଠ ୧୨ଜଣ ଖେଳାଳିଙ୍କୁ ନେଇ ହେବାକୁ ଥିବା ଫାଇନାଲ୍ରେ ସ୍ବର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିବାକୁ ଚେଷ୍ଟା କରିବେ ସେ। ଏହି ଐତିହାସିକ ଲଢ଼େଇ ଗୁରୁବାର ରାତି ୧୧ଟା ୫୫ରୁ ଆରମ୍ଭ ହେବ ହେବାର କାର୍ଯ୍ୟ ସୂଚି ରହିଛି ।
ଏହାରି ଭିତରେ ଭାରତୀୟ କ୍ରିକେଟର ଋଷଭ ପନ୍ତ ଏକ ବଡ଼ ଘୋଷଣା କରିଛନ୍ତି। ‘ଏକ୍ସ’ରେ ପୋଷ୍ଟ କରି ସେ ଲେଖିଛନ୍ତି, “ଯଦି ନୀରଜ ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ଜିତିବେ, ତେବେ ଏହି ଟ୍ୱିଟରେ ଅଧିକ

Related posts

ସୁପର୍ ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ ଭାରତ

Odisha Sports Bureau

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ

ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ  ସୁପରଜ୍ୟାଣ୍ଟସ

Odisha Sports Bureau