Cricket

ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଚେନ୍ନାଇ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ ହୋଇଛି | ଏହାରି ମଧ୍ୟରେ କାନପୁରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଭାରତର ବିଜୟ ପରେ ତୁରନ୍ତ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ପ୍ରକାଶ ଯେ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରୁ କାନପୁରରେ ଖେଳାଯିବ। ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ପାଇଁ ଚୟନ କମିଟି ସମାନ ଦଳ ବଜାୟ ରଖିଛି।
ପ୍ରଥମ ଟେଷ୍ଟ ପାଇଁ ବିସିସିଆଇ ଦଳରେ କୌଣସି ପରିବର୍ତ୍ତନ କରିନାହିଁ। ଦ୍ୱିତୀୟ ଟେଷ୍ଟ ପାଇଁ ମଧ୍ୟ ସମାନ ୧୬ ଜଣିଆ ଦଳ ଅଛି। ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ଶୁଭମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ (ୱିକେଟ୍ କିପର), ଧ୍ରୁଭ ଜୁରେଲ (ରିଜର୍ଭ ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଜସପ୍ରୀତ ବୁମ୍ରା ଏବଂ ୟଶ ଦୟାଲ।

Related posts

ଟି ୨୦ – ସିରିଜରେ ବିଶ୍ରାମ ନେବେ କୋହଲି

Odisha Sports Bureau

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପିସିବିର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ; କୋଚ୍ରୁ ଅଧିନାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ବଦଳାଇଲା

Odisha Sports Bureau

8 ବର୍ଷ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau