Tennis

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍

ଭୁବନେଶ୍ଵର : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଟେନିସ ସେଣ୍ଟର ରେ ଆଜି ଠାରୁ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍। ଏହି ପ୍ରତିଯୋଗିତାରେ ୧୧ଟି ଦେଶର ୮୮ଜଣ ଖେଳାଳି ଭାଗ ନେଇଛନ୍ତି। ଆୟୋଜକ ଭାରତ ସମେତ ଜାପାନ,, ଆମେରିକା, ରସିଆ, ଚେକ୍ ରିପବ୍ଲିକ, ଜର୍ମାନୀ, ୟୁକ୍ରେନ, ମୋଲ୍ଡୋଭା, ନେପାଳ , ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ। ପ୍ରଥମ ଥର ପାଇଁ ୨୫ହଜାର USA ଡଲାର ପ୍ରତିଯୋଗିତା ଓଡ଼ିଶା ଆୟୋଜନ କରୁଛି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସବୁ  ୭ଟି କୋର୍ଟରେ ଖେଳାଯିବ। ମୁଖ୍ୟ ଡ୍ର ର ମ୍ୟାଚ ସବୁ ୬ଟି କୋର୍ଟ ରେ ଖେଳାଯିବ । କ୍ରୀଡା ବିଭାଗ ଏବଂ ଓଡ଼ିଶା ଟେନିସ ଆସୋସିଏସନ୍ ମିଳିତ ସହ ଭାଗିତାରେ ଆୟୋଜନ ହେଉଛି। ଓଡିଶାରୁ ୫ଜଣ ଖେଳାଳି ଭାରତ ପାଇଁ ଖେଳୁଛନ୍ତି । ସେମାନଙ୍କ ମଧ୍ୟରେ ୩ଜଣ ଖେଳାଳି କବୀର୍ ହଂସ , ଅମୃତଜୟ  ମହାନ୍ତି ଏବଂ ପ୍ରତ୍ୟୁଷ ମହାନ୍ତି  ମୁଖ୍ୟ ଡ୍ର ରେ ଖେଳୁଥିବା ବେଳେ ଦେବାଶିଷ ସାହୁ ଆଦିତ୍ୟ ଶତପଥୀ ଯୋଗ୍ୟତା ପର୍ଯ୍ୟାୟ ରେ ଖେଲୁଚାନ୍ତି। ଓଡ଼ିଆ ଖେଳାଳି ଙ୍କୁ ଆନ୍ତର୍ଜାତିକ ପ୍ଲାଟଫର୍ମ  ଯୋଗାଇ ଦେବା ଲକ୍ଷ୍ୟରେ ଆୟୋଜନ ହୋଇଛି।  ଦର୍ଶକ ଙ୍କ ଲାଗି ନିଶୁଳ୍କ ପ୍ରବେଶ ରହିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଟେନିସ ଆସୋସିଏସନ ପକ୍ଷ୍ୟରୁ ସୂଚନା ଦିଆଯାଇଛି।

Related posts

ରାକେଟ୍ ଭାଙ୍ଗିବା ଘଟଣାରେ ଜୋକୋଭିକଙ୍କୁ ଜରିମାନା

Odisha Sports Bureau

ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଭାଗ ନେବେ ୪୫୦ ଜଣ

Odisha Sports Bureau

ଟେନିସ ଜଗତରେ ସାନିଆ ଯୁଗର ଅବସାନ

Odisha Sports Bureau