Cricket

BCCI ନୂଆ ସଚିବ ହେଲେ ଦେବଜୀତ ସାଇକିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ନୂଆ ସଚିବ ହେଲେ ଦେବଜୀତ ସାଇକିଆ। ଜୟ ଶାହ ଇଣ୍ଟରନାସନାଲ କ୍ରିକେଟ କାଉନସିଲ (ICC)ର ଚେୟାରମ୍ୟାନ ହେବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା। ଜୟ ଶାହ ଦୀର୍ଘ ୫ ବର୍ଷ ଧରି ଏହି ପଦରେ ରହିଥିଲେ। ଅବଶ୍ୟ ଦେବଜୀତ ସାଇକିଆ କାର୍ଯ୍ୟବାହୀ ସଚିବ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବୋର୍ଡରେ ଜଏଣ୍ଟ ସେକ୍ରେଟାରୀ ପଦରେ ରହିଛନ୍ତି। ଜୟ ଶାହ ଆଇସିସିର ଚେୟାରମ୍ୟାନ ନିଯୁକ୍ତ ହେବା ପରେ ବିସିସିଆଇ ସଚିବ ପଦ ଛାଡ଼ିଥିଲେ। ଏହା ପରେ ବିସିସିଆଇ ଅଧ୍ୟକ୍ଷ ରଜର ବିନ୍ନୀ ନିଜ ସୈବଧାନିକ ଶକ୍ତିର ବ୍ୟବହାର କରି ସଚିବ ପଦରେ ଦେବଜୀତ ସାଇକିଆଙ୍କ ନିଯୁକ୍ତି କରିଛନ୍ତି।

 

 

 

Related posts

ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବ ଆଇପିଏଲର ୨୪ ତମ ମ୍ୟାଚ

Odisha Sports Bureau

ପ୍ରଶିକ୍ଷକ ରିଆନ ଟେନ ଡୋଇସଚେଟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି କିନ୍ତୁ ..

ହରଭଜନ କରୋନା ପଜିଟିଭ

Odisha Sports Bureau