Cricket

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଶେଷ ଦିନରେ ହାରିଲା ଭାରତ

ହାରିଲା ଭାରତ। ମେଲବର୍ଣ୍ଣାରେ ଚାଲିଥିବା  ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଥିଲା ଶେଷ ଦିନ । ଶେଷ ଦିନରେ ଭାରତ ଆଗରେ ବିଜୟ ପାଇଁ ୩୪୦ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ଭାରତ ୧୫୫ ରନ କରି ଆଲଆଉଟ ହୋଇ ଯାଇଛି। ଫଳରେ ଆୟୋଜକ ଅଷ୍ଟ୍ରେଲିଆ ୧୮୪ ରନରେ ଭାରତକୁ ପରାସ୍ତ କରି ସିରିଜରେ ୨-୧ରେ ଆଗରେ ରହିଛି । ଜୟସୱାଲ (୮୪) ଏବଂ ରିଷଭ ପନ୍ତ (୩୦)ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ସେହିପରି ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସନ, ସ୍କଟ୍ ବୋଲାଣ୍ଡ୍ ୩ଟି ଲେଖାଏଁ ୱିକେଟ ନେଇଥିବାବେଳ ନାଥାନ ଲାୟନ ୨ଟି, ମିଚେଲ ଷ୍ଟାର୍କ ଓ ଟ୍ରାଭିସ ହେଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।।

Related posts

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କ୍ରିକେଟର ଶବ୍ଦ କାଟିଲେ ଭୁବି

Odisha Sports Bureau

ପ୍ରଥମ ମ୍ୟାଚରେ ଭାରତର କବଜା

ୱେଷ୍ଟଇଣ୍ଡିଜରେ ବିରାଟଙ୍କ ଅଟୋଗ୍ରାଫ୍ ପାଇଁ ଲଗାଇଲେ ଲମ୍ବା ଲାଇନ