Hockey

ହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟର

ରାଉରକେଲା: ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ହିରୋ ହକି ଇଣ୍ଡିଆ ଲିଗ୍ ୨୦୨୪ମ୍ୟାଚକୁ ଦେଖିବାକୁ ପାସ୍ ଓ ଟିକେଟର ଆବଶ୍ୟକତା ନାହିଁ । ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀ । ଏଥର ଦର୍ଶକ ସିଧାସଳଖ ଷ୍ଟାଡିୟମ ଭିତରକୁ ପ୍ରବେଶ କରି ପାରିବେ ।

ଏଥର ଦର୍ଶକ ସିଧାସଳଖ ଷ୍ଟାଡିୟମ ଭିତରକୁ ଯାଇ ହକି ଦେଖିପାରିବେ ।ସେମାନେ ପୂର୍ବ, ଉତ୍ତର, ଦକ୍ଷିଣ ଷ୍ଟାଣ୍ଡରେ ବସିକି ମ୍ୟାଚର ଉପଭୋଗ କରି ପାରିବେ । ଓ୍ବେଷ୍ଟ ଷ୍ଚାଣ୍ଡକୁ ନିମନ୍ତ୍ରିତ ଅତିଥିଙ୍କ ପାଇଁ ସଂରକ୍ଷଣ ରଖାଯିବ । ସେମିଫାଇନାଲ ଯାଏଁ ଏହି ନିୟମ ଲାଗୁ ରହିବ । ତେବେ ଫାଇନାଲ ମ୍ୟାଚ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଦିଲୀପ ତିର୍କୀ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ, ହକିର ଗଡ ସୁନ୍ଦରଗଡ ଜିଲ୍ଲା ତଥା ରାଉରକେଲାରେ ହକି ପ୍ରତି ସମସ୍ତଙ୍କର ଭଲପାଇବା ଅଛି । ପୂର୍ବରୁ ବିଶ୍ବକପ୍, ପ୍ରୋଲିଗ୍ ଏବେ ହକି ଇଣ୍ଡିଆ ଲିଗ୍ ରେ ବି ଦର୍ଶକଙ୍କ ଭିଡ ଏହାକୁ ପ୍ରମାଣିତ କରୁଛି ।

ଏପରି ବାଧ୍ୟତାମୂଳକ ପଞ୍ଜୀକରଣ ନିୟମକୁ ପ୍ରତ୍ୟାହାରକୁ ନେଇ ସେ କହିଛନ୍ତି ଯେ, କିଛି ଦର୍ଶକ ପଞ୍ଜୀକରଣ କରି ମ୍ୟାଚ ଦେଖିବାକୁ ଆସୁ ନାହାଁନ୍ତି । ଫଳରେ ପଞ୍ଜୀକରଣ କରିନଥିବା ଇଚ୍ଛୁକ ହକି ପ୍ରେମୀ ମ୍ୟାଚ ଦେଖି ପାରୁ ନାହାଁନ୍ତି । ଏଣୁ ଷ୍ଚାଡିୟମକୁ ଅବାଧ ପ୍ରବେଶକୁ ଅନୁମତି ଦିଆଯାଇଛି ।

 

Related posts

ଭୂବନେଶ୍ୱରରେ ପହଁଚିଲେ ଆର୍ଜେଣ୍ଟିନା ଦଳ, ସୁରକ୍ଷା ବ୍ୟବସ୍ଥା କଡାକଡି

Odisha Sports Bureau

ଭିକ୍ଟର ବଞ୍ଚାଇଲା ବେଲଞ୍ଜିୟମକୁ ଶେଷରେ କୋରିଆ ଜିତିଲା

Odisha Sports Bureau

ହକି ବିଶ୍ୱକପର ପ୍ରତିଟି ମ୍ୟାଚ ଦେଖିବା ବ୍ୟବସ୍ଥା ପ୍ରଶାସନ

Odisha Sports Bureau