Hockey

ହକି ଇଣ୍ଡିଆ ଲିଗ୍;ବେଦାନ୍ତ କଳିଙ୍ଗ ଲାନସର୍ସ ପ୍ରଥମ ବିଜୟ

ଭୁବନେଶ୍ୱର ;ରାଉକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାରି ରହିଛି ହକି ଇଣ୍ଡିଆ ଲିଗ୍ । ଏହି ମ୍ୟାଚରେ ବେଦାନ୍ତ କଳିଙ୍ଗ ଲାନସର୍ସ ପ୍ରଥମ ବିଜୟ ହାସଲ କରିଛି । ୬-୦ ଗୋଲରେ ଶ୍ରାଚୀ ରାହ ବେଙ୍ଗଲ ଟାଇଗର୍ସକୁ ମାତ ଦେଇଛି । କ୍ରମାନ୍ୱୟରେ ୩ଟି ମ୍ୟାଚ ହାରିବା ପରେ କଳିଙ୍ଗ ଲାନସର୍ସ ପ୍ରଥମ ଏବଂ ବଡ ବିଜୟ ହାସଲ କରିଛି । ସେହିପରି ବେଙ୍ଗଲ ଟାଇଗର୍ସ ହ୍ୟାଟ୍ରିକ ବିଜୟ ପରେ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଜଣାପଡିଛି । ମ୍ୟାଚ୍ ଆରମ୍ଭ ହିଁ କଳିଙ୍ଗ ଲାନସର୍ସ ଆକ୍ରମଣ କରିଥିଲା । ୩ୟ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲା । ବ୍ରିଙ୍କମ୍ୟାନ ଥିଏରି ରହି ଗୋଲ ଦେଇଥିଲେ । ପ୍ରଥମ କ୍ୱାର୍ଟରେ ଦଳ ଆଉ ୨ଟି ଗୋଲ ଚତୁର୍ଥ ଓ ଷଷ୍ଠ ମିନିଟରେ ଦେଇଥିଲେ ଦେଇଥିଲେ । ସଞ୍ଜୟ ଓ ହେନଡ୍ରିକ୍ସ ଆଲେକଜାଣ୍ଡର ଗୋଲ୍ ସ୍କୋର କରିଥିଲେ ।

Related posts

ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ଦେଲେ ଇସ୍ତଫା, ଖରାପ ପ୍ରଦର୍ଶନ ପରେ ରିଡ୍ ନେଲେ ନିଷ୍ପତ୍ତି

Odisha Sports Bureau

ଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ହକି ଖେଳାଳୀ

Odisha Sports Bureau

କୋରିଆକୁ ହରାଇ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ସେମିରେ ଭାରତ

Odisha Sports Bureau