Shooting

ଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

ଭୁବନେଶ୍ଵର-: ଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ପୁଣି ଥରେ ସ୍ଥାନ ପାଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହି ସମ୍ମାନଜନକ ପ୍ରତିଯୋଗିତାରେ ଶ୍ରୀୟଙ୍କା ୫୦ ମିଟର ରାଇଫଲ୍ ୩ ପୋଜିଶନରେ ଭାରତର ପ୍ରତିନିଧିତ୍ବ କରିବେ । ସଂପ୍ରତି ଜାତୀୟ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ଶ୍ରୀୟଙ୍କା ପୂର୍ବରୁ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିସାରିଛନ୍ତି । ସମ୍ବଲପୁରର ଶ୍ରୀୟଙ୍କା ଏହା ପୂର୍ବରୁ ୨୦୨୨ କାଏରୋ ବିଶ୍ୱକପ୍‌ର ୫୦ ମିଟର ରାଇଫଲ ୩ ପୋଜିଶନରେ ବ୍ରୋଞ୍ଜ, ୨୦୨୩ ଚାଙ୍ଗୱନ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ର ୫୦ ମିଟର ରାଇଫଏ ୩ ପୋଜିଶନରେ ସ୍ବର୍ଣ୍ଣ ଓ ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଚଳିତବର୍ଷ ଆୟୋଜିତ ଦୁଇଟି ସୁଟିଂ ବିଶ୍ଵକପ୍ (ଆର୍ଜେଣ୍ଟିନାର ବୁଏନସ୍ଏୟାର୍ସ ଓ ପେରୁର ଲିମା)ରେ ଭାରତର ପ୍ରତିନିଧିତ୍ବ କରିସାରିଛନ୍ତି । ଲିମାରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍ ପର୍ଯ୍ୟାୟକୁ ଯିବା ସହ ବହୁ ଅଲିମ୍ପିଆନ୍ ଓ ବିଶ୍ଵସ୍ତରୀୟ ଖେଳାଳିଙ୍କ ମଧ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ । ମ୍ୟୁନିକରେ ମଧ୍ୟ ସେ ଏହି ସଫଳତା ଦୋହରାଇବା ଆଶାରେ ଅଛନ୍ତି । ଏହି ସଫଳତା ଲାଗି ରାଜ୍ୟ ସୁଟିଂ ସଂଘ ପକ୍ଷରୁ ତାଙ୍କୁ ଶୁଭକାମନା ପ୍ରଦାନ କରାଯାଇଛି ।

Related posts

ଶୁଟିଂ ବିଶ୍ୱକପରେ ଭାଗ ନେବନି ପାକିସ୍ତାନ ଟିମ

Odisha Sports Bureau

ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ମନୁ–ସୌରଭଙ୍କ ବିଶ୍ୱ ରେକର୍ଡ

Odisha Sports Bureau

ନ୍ୟାସନାଲ ସୁଟିଙ୍ଗ୍ ଟ୍ରାୟଲ୍ସରେ ମେହୁଲି ଘୋଷଙ୍କ ବିଜୟ

Odisha Sports Bureau