Shooting

ଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

ଭୁବନେଶ୍ଵର-: ଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ପୁଣି ଥରେ ସ୍ଥାନ ପାଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହି ସମ୍ମାନଜନକ ପ୍ରତିଯୋଗିତାରେ ଶ୍ରୀୟଙ୍କା ୫୦ ମିଟର ରାଇଫଲ୍ ୩ ପୋଜିଶନରେ ଭାରତର ପ୍ରତିନିଧିତ୍ବ କରିବେ । ସଂପ୍ରତି ଜାତୀୟ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ଶ୍ରୀୟଙ୍କା ପୂର୍ବରୁ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିସାରିଛନ୍ତି । ସମ୍ବଲପୁରର ଶ୍ରୀୟଙ୍କା ଏହା ପୂର୍ବରୁ ୨୦୨୨ କାଏରୋ ବିଶ୍ୱକପ୍‌ର ୫୦ ମିଟର ରାଇଫଲ ୩ ପୋଜିଶନରେ ବ୍ରୋଞ୍ଜ, ୨୦୨୩ ଚାଙ୍ଗୱନ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ର ୫୦ ମିଟର ରାଇଫଏ ୩ ପୋଜିଶନରେ ସ୍ବର୍ଣ୍ଣ ଓ ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଚଳିତବର୍ଷ ଆୟୋଜିତ ଦୁଇଟି ସୁଟିଂ ବିଶ୍ଵକପ୍ (ଆର୍ଜେଣ୍ଟିନାର ବୁଏନସ୍ଏୟାର୍ସ ଓ ପେରୁର ଲିମା)ରେ ଭାରତର ପ୍ରତିନିଧିତ୍ବ କରିସାରିଛନ୍ତି । ଲିମାରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍ ପର୍ଯ୍ୟାୟକୁ ଯିବା ସହ ବହୁ ଅଲିମ୍ପିଆନ୍ ଓ ବିଶ୍ଵସ୍ତରୀୟ ଖେଳାଳିଙ୍କ ମଧ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ । ମ୍ୟୁନିକରେ ମଧ୍ୟ ସେ ଏହି ସଫଳତା ଦୋହରାଇବା ଆଶାରେ ଅଛନ୍ତି । ଏହି ସଫଳତା ଲାଗି ରାଜ୍ୟ ସୁଟିଂ ସଂଘ ପକ୍ଷରୁ ତାଙ୍କୁ ଶୁଭକାମନା ପ୍ରଦାନ କରାଯାଇଛି ।

Related posts

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Odisha Sports Bureau

ସୁଟରମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଏନ୍ଆରଏଆଇ

Odisha Sports Bureau

ସେ ତାଙ୍କୁ ବଳପୂର୍ବକ ଏକ ହୋଟେଲ ରୁମକୁ ନେଇଗଲେ, ତା’ପରେ… ସଙ୍ଘୀନ ଅଭିଯୋଗ ଆଣିଲେ ଯୁବତୀ

Odisha Sports Bureau