Uncategorized

ଖେଲୋ ଇଣ୍ଡିଆ ବିଚ୍ ପେନ୍‌ଚାକ୍ ସିଲାଟ୍‌ରେ ଐତିହାସିକ ପ୍ରଦର୍ଶନ କରିଛନ୍ତି ଓଡ଼ିଶା ଖେଳାଳି

ଭୁବନେଶ୍ୱର : କେନ୍ଦ୍ର ଶାସିତ ଅଞ୍ଚଳ ଡାମନ-ଡିୟୁରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ବେଳାଭୂମି କ୍ରୀଡ଼ାର ପେନ୍‌ଚାକ୍ ସିଲାଟ୍‌ରେ ଓଡ଼ିଶା ଖେଳାଳିମାନେ ଐତିହାସିକ ପ୍ରଦର୍ଶନ କରିଛନ୍ତି। ପ୍ରଶିକ୍ଷକ ଶ୍ରୀଧର ସାହୁ ଓ ଆଶୁତୋଷ ନାୟକଙ୍କ ତତ୍ତ୍ବାବଧାନରେ ଓଡ଼ିଶାର ୨୦ଜଣିଆ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୩ ରୌପ୍ୟ ଓ ୫ କାଂସ୍ୟ ସହ ୮ ପଦକ ଜିତିଛି। ସଫଳତମ ତାରକା ଭାବେ ସୋହିଲ ଗୁରୁଙ୍ଗ ସୋଲୋ ଓ ଟେଣ୍ଡି ଇଭେଣ୍ଟ୍‌ରେ ଏକାକୀ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟ ରୌପ୍ୟ ପଦକଟି ଅନନ୍ଦିତ ପାତ୍ର ଟେଣ୍ଡି ଇଭେଣ୍ଡ୍‌ରେ ହାସଲ କରିଛନ୍ତି। ପୁରୁଷ ଗାଣ୍ଡା, ପୁରୁଷ ଓ ମହିଳା ରେଗୁ ଏବଂ ଟେଣ୍ଡି ଇଭେଣ୍ଟ୍‌ର ବ୍ୟକ୍ତିଗତ ବର୍ଗରେ ରୁଦ୍ର ପ୍ରତାପ ଷଡ଼ଙ୍ଗୀ, ରିତୁ ଗିଲ୍ ଦୁଇଟି କାଂସ୍ୟ ପଦକ ହାସଲ କରି ରାଜ୍ୟ ପଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ଓଡ଼ିଶା ଖେଳାଳିମାନେ ଶନିବାର ରାଜ୍ୟକୁ ଫେରିବା ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସେମାନଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପେନ୍‌ଚାକ୍ ସିଲାଟ୍‌ ଆସୋସିଏସନ୍‌ ଓଡ଼ିଶାର ସଂପାଦକ ପ୍ରେମ୍ ସିଂହ ଥାପା ରେଫରି ଦାୟିତ୍ବ ତୁଲାଇ ସମ୍ବର୍ଦ୍ଧିତ ହୋଇଥିଲା। ଏହି ସଫଳତା ଲାଗି କ୍ରୀଡ଼ା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ବିଜୟ ସ୍ବାଇଁ ଓଏସ୍‌ଡି ଧୀରଜ ପଟ୍ଟନାୟକଙ୍କ ସମେତ ଯୁବ ସମାଜସେବୀ ତଥା ପେନଚାକ୍  ସିଲାଟ୍‌ ଆସୋସିଏସନ୍‌ ଖୋର୍ଦ୍ଧାର ସଂପାଦକ ଜିତେନ୍ଦ୍ର କୁମାର ରାଉତ, ପେନ୍‌ଚାକ୍ ସିଲାଟ ଆସୋସିଏସନ୍‌ ଓଡ଼ିଶାର ସଭାପତି ତାପସ କୁମାର ରାୟ ଚୌଧୁରୀ, ଉପସଭାପତି ମନୋରଞ୍ଜନ ଭଞ୍ଜ, ଅରବିନ୍ଦ ବାରିକ, ବ୍ୟକ୍ତିଗତ ଉପଦେଷ୍ଟା ସୁମନ ମୋଦି ପ୍ରମୁଖ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଛନ୍ତି।

Related posts

ସୁସ୍ଥ ହେଉଛନ୍ତି ଶ୍ରେୟସ ହେଲେ ଫେରିବେନି ଭାରତ

Odisha Sports Bureau

ସରସ୍ବତୀ ବିଦ୍ୟା ମନ୍ଦିରରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ଉଦଯାପିତ

Odisha Sports Bureau

ବିଶ୍ୱ କ୍ରୀଡ଼ାରେ ପୁଣି ଚମକିବେ କିଟ୍‌ ଛାତ୍ରଛାତ୍ରୀ