Cricket

୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ନୂଆଦିଲ୍ଲୀ-: ୯ ବର୍ଷ ପରେ ଆଇପିଏଲ୍ ଫାଇନାଲ୍ ଖେଳିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ଗୁରୁବାର କ୍ବାଲିଫାୟାର୍-୧ରେ ଆର୍‌ସିବି ଏକତରଫା ଭାବେ ୮ ୱିକେଟ୍‌ରେ ଲିଗ୍ ଟପ୍ସର ପଞ୍ଜାବ କିଙ୍ଗୁକୁ ପରାସ୍ତ କରିଛି । ମୋଟ ଉପରେ ଆର୍‌ସିବି ଚତୁର୍ଥ ଥର ଫାଇନାଲ୍ ଖେଳିବ । ଏପର୍ଯ୍ୟନ୍ତ ଆଇପିଏଲ୍ ଟ୍ରଫି ଜିତିନ‌ଥିବା ଆର୍‌ସିବି ଦଳ ବିରାଟ କୋହଲିଙ୍କ ସେନା ଭାବେ ପରିଚିତ ଥିବାରୁ ତାଙ୍କ ୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି କୁହାଯାଉଛି । ଜୁନ୍ ୩ ତାରିଖରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆଇପିଏଲ୍ ଫାଇନାଲ୍ ମ୍ୟାଚ ଖେଳିବ । ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ-ଗୁଜରାଟ ଟାଇଟନ୍ସ ମୁକାବିଲାର ବିଜୟୀ ଦଳ ସହ ରବିବାର ପଞ୍ଜାବ କିଙ୍ଗ କ୍ବାଲିଫାୟାର୍-୨ ଖେଳିବ । କ୍ବାଲିଫାୟାର୍-୨ର ବିଜୟୀ ଦଳ ହିଁ ଆର୍‌ସିବି ସହ ଫାଇନାଲ୍ ଟକ୍କରରେ ଅବତୀର୍ଣ୍ଣ ହେବ । ଶେଷ ଥର ପାଇଁ ଆର୍‌ସିବି ୨୦୧୬ରେ ଫାଇନାଲ୍ ଖେଳି ସନ୍‌ରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ଉପବିଜେତା ହୋଇଥିଲା ।

Related posts

କେବେ ହେବ IPL 2026, ଏହି କାରଣରୁ ହେଉନି ଶେଡ୍ୟୁଲ୍ ଘୋଷଣା

Odisha Sports Bureau

ଆଜି ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

Odisha Sports Bureau

ଭାରତ ଛାଡିବା ପୂର୍ବରୁ ମୁହଁ ଖୋଲିଲେ ନବୀନ ଉଲ ହକ୍