Cricket

ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି

ନୂଆଦିଲ୍ଲୀ-: ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ସେ ଶତକ ହାସଲ କରିବାରେ ସଫଳତା ଅର୍ଜନ କରିଛନ୍ତି । ସ୍ମୃତି ପ୍ରଥମ ଭାରତୀୟ ମହିଳା କ୍ରିକେଟର, ଯିଏକି ଦିନିକିଆ, ଟି-୨୦ ଏବଂ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଛନ୍ତି । ପୂର୍ବରୁ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ସ୍ମୃତି ଶତକ ହାସଲ କରିଥିଲେ । ଶନିବାର ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ଏକ ଟି-୨୦ ମ୍ୟାଚରେ ସେ ଶତକ ହାସଲ କରି ଏହି ଇତିହାସ ରଚିଛନ୍ତି । ସେ ୬୨ ବଲରୁ ୧୧୨ ରନ କରିଥିଲେ, ଯେଉଁଥିରେ ୧୫ଟି ଚଉକା ଏବଂ ୩ଟି ଛକା  ସାମିଲ ଥିଲା।

Related posts

ଦୁଲୁକିବ ବାରବାଟୀ: ସିଲଭର ସିଟିରେ ଜମିବ ଟି-୨୦ କ୍ରେଜ୍

Odisha Sports Bureau

ରିଙ୍କୁ ସିଂଙ୍କୁ କାମୁଡିଛି ମାଙ୍କଡ , ଖୁଲାସା କଲେ ଶୁଭମନ ଗିଲ

Odisha Sports Bureau

IND vs NZ ଫାଇନାଲ୍: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏକାଠି ଇତିହାସ ରଚିବେ, କ୍ରିକେଟରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ଏହି ଦୃଶ୍ୟ