Cricket

ବିଦେଶ ମାଟିରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ

ଇଂଲଣ୍ଡ-: ବିଦେଶ ମାଟିରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ । ଇଂଲଣ୍ଡ ବିପକ୍ଷ ଅଣ୍ଡର ୧୯ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ରେ ୭୮ ବଲ୍‌ରେ ୧୦ଟି ଛକା ଏବଂ ୧୩ଟି ଚୌକା ମାରି ୧୪୩ ରନ୍ କରିଛନ୍ତି ବୈଭବ । ଯାହାକି ଅଣ୍ଡର ୧୯ କ୍ଷେତ୍ରରେ ଦ୍ରୁତତମ ଶତକ ଥିଲା । ଆଉ ବୈଭବ ସୂର୍ୟ୍ୟବଂଶୀ ହେଉଛନ୍ତି ୧୯ ବର୍ଷରୁ କମ୍ ଏକଦିବସୀୟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିଥିବା ପ୍ରଥମ ଭାରତୀୟ । ବୈଭବ ସୂର୍ଯ୍ୟବଂଶୀ ପୂର୍ବରୁ ଇଂଲଣ୍ଡ ୧୯ ବର୍ଷରୁ କମ୍ ଦଳ ବିପକ୍ଷରେ ସିରିଜର ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ମାତ୍ର ୩୧ ବଲ୍‌ରେ ୮୬ ରନ୍ କରିଥିଲେ । ସେହି ମ୍ୟାଚ୍‌ରେ ସୂର୍ଯ୍ୟବଂଶୀ ୬ଟି ଚୌକା ଏବଂ ୯ଟି ଛକା ମାରିଥିଲେ । ୧୪ ବର୍ଷୀୟ ବୈଭବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ।

ତେବେ ୧୭ ବର୍ଷୀୟ ଆୟୁଷ ମହାତ୍ରେଙ୍କ ନେତୃତ୍ୱରେ ଭାରତର ୧୯ ବର୍ଷରୁ କମ୍ ଦଳ ଇଂଲଣ୍ଡ ଗସ୍ତରେ ଅଛି ।ସେଠାରେ ସେମାନେ ଇଂଲଣ୍ଡ ଅଣ୍ଡର ୧୯ ଟିମ୍ ବିପକ୍ଷରେ ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବେ ।

Related posts

କ୍ୟାନସରାରେ ପିଡିତ ଥିଲେ ଦେଡରାଣୀ ଦୂତି ଚାନ୍ଦ

Odisha Sports Bureau

କୋଲକାତାକୁ ୧୮୨ ରନ ଟାର୍ଗେଟ ଦେଲା ହାଇଦ୍ରାବାଦ

Odisha Sports Bureau

ଟେଷ୍ଟ ଜିତିବା ଲକ୍ଷ୍ୟରେ ଶ୍ରୀଲଙ୍କା

Odisha Sports Bureau

Leave a Comment