Uncategorized

କିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?

ଆଉ ମାତ୍ର କିଛି ଘଣ୍ଟାର  ଅପେକ୍ଷା । ବିଶ୍ୱକୁ ମିଳିବ ନୂଆ ଚାମ୍ପିଅନ୍ । ମାସେ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ ଏବେ ଶେଷ ମୁହୂର୍ତ୍ତରେ ଆସି ଉପନିତ ହୋଇଥିବା ବେଳେ ବିଶ୍ୱକୁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ଆୟୋଜକ ଭାରତ ଓ ଦକ୍ଷିଣ ଆଫ୍ରିକା  ମଧ୍ୟରେ ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ର ଟାଇଟଲ ଲଢ଼େଇ ଆରମ୍ଭ ହେବ । ଭାରତୀୟ କ୍ରିକେଟ୍ ଦଳ ପୂର୍ବରୁ ଦୁଇଥର ୨୦୦୫ ଏବଂ ୨୦୧୭ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଦକ୍ଷିଣ ଆଫ୍ରିକା ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୧୨୫ରନ୍‌ରେ ପରାସ୍ତ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲରେ ଶକ୍ତିଶାଳୀ ଡିଫେଣ୍ଡିଂ ଚାମ୍ପିଆନ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ଧୂଳି ଚଟାଇ ଫାଇନାଲ ଟିକଟ ହାତେଇଛି । ବ୍ୟାଟିଂ ଫ୍ରେଣ୍ଡ୍‌ଲି ପିଚ୍‌ ଓ ସନ୍ଧ୍ୟାରେ କାକରର ସମ୍ଭାବନା ରହିଥିବାରୁ ଏହା ଏକ ହାଇ ସ୍କୋରିଂ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି।

ଭାରତ ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ୨୦ଟି ମ୍ୟାଚ୍‌ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୩ଟି ଜିତିଛି । ଦୁଇ ଦଳ ମଧ୍ୟରେ ଗୋଟିଏ ମ୍ୟାଚ୍ ଡ୍ରରେ ଶେଷ ହୋଇଛି । ଫଳସ୍ୱରୂପ, ପରିସଂଖ୍ୟାନ ଏବଂ ସାମ୍ପ୍ରତିକ ପ୍ରଦର୍ଶନ ଆଧାରରେ ହରମନପ୍ରୀତ କୌରଙ୍କ ଦଳ ଅତ୍ୟନ୍ତ ଉତ୍ସାହିତ ଅଛି । ସମାନ ଭେନ୍ୟୁରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲରେ ୩୩୯ ରନର ବିଶାଳ ଟାର୍ଗେଟର ପିଛା କରି ଭାରତୀୟ ମହିଳା ଦଳ ଐତିହାସିକ ବିଜୟ ହାସଲ କରିଥିଲାଯାହା ସେମାନଙ୍କ ମନୋବଳକୁ ବୃଦ୍ଧି କରିଛି।

ସମ୍ଭାବ୍ୟ ଦଳ:-

ଭାରତ: ସ୍ମୃତି ମନ୍ଧନା, ଶେଫାଳି ବର୍ମା,  ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର  (ଅଧିନାୟିକା), ଦୀପ୍ତି ଶର୍ମା, ରିଚା ଘୋଷ,  ଅମନଜୋତ କୌର, ରାଧା ଯାଦବ, ଶ୍ରୀ  ଚରଣୀ, ରେଣୁକା ସିଂହ, କ୍ରାନ୍ତି ଗୌଡ଼ ।

ଦକ୍ଷିଣ ଆଫ୍ରିକା: ଲୌରା ଉଲଭାର୍ଟ  (ଅଧିନାୟିକା), ତଜମିନ ବ୍ରିଟ୍ସ, ସୁନେ  ଲୁସ, ମରିଜାନ କାପ, ଆନେକି ବସ୍କ/ ମାସାବାଟା କ୍ଲାସ, ଆନେରି ଡେରେକସନ,  ସିନାଲୋ ଜାଫଟା, ଚୋଲେ ଟ୍ରିୟନ,  ନାଦିନ ଡି କ୍ଲର୍କ, ଆୟାବୋଙ୍ଗା ଖାକା,  ନନକୁଲୁଲେକୋ ମଲାବା ।

Related posts

ମାଞ୍ଚେଷ୍ଟର ଟେଷ୍ଟରେ ୧୯ବର୍ଷର ଇତିହାସ ରଚିପାରନ୍ତି ଗିଲ୍

ଭାରତକୁ ୧୦ମ ସ୍ୱର୍ଣ୍ଣ ପଦକ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

Odisha Sports Bureau

୧୯ତମ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ହେଇଛନ୍ତି ଓଡ଼ିଶାର ସର୍ବାଧିକ ୧୩ ଜଣ କ୍ରୀଡ଼ାବିତ

Odisha Sports Bureau