Cricket

ଦିନିକିଆ ପ୍ରତିଶୋଧ ନେଲା ଭାରତ, ୪୮ ରନରେ ହାରିଲା ନ୍ୟୁଜଲ୍ୟାଣ୍ଡ

ନୂଆଦିଲ୍ଲୀ: ଦିନିକିଆ ସିରିଜର ହାରକୁ ପଛରେ ଛାଡ଼ି ଟିମ୍ ଇଣ୍ଡିଆ ନାଗପୁରରେ ଜୋରଦାର ଭାବେ ପ୍ରତ୍ୟାବର୍ତ୍ତନ କରିଛି। ନାଗପୁରରେ ଖେଳାଯାଇଥିବା ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୪୮ ରନରେ ପରାଜିତ କରିଛି। ଏହି ବିଜୟ ସହ ଭାରତ ସିରିଜ ଆରମ୍ଭ କରିଛି। ମ୍ୟାଚ୍‌ର ମୁଖ୍ୟ ନାୟକ ଥିଲେ ଓପନର ଅଭିଷେକ ଶର୍ମା। ସେ ୩୫ ବଲରେ ୮୪ ରନର ଧମାକେଦାର ପାଳି ଖେଳି ‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ହେଲେ। ତାଙ୍କ ପାଳିରେ ୮ଟି ଛକ୍କା ଓ ୫ଟି ଚାରି ରହିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୭ ଉଇକେଟ୍ ହରାଇ ୨୩୮ ରନର ବଡ଼ ସ୍କୋର କରିଥିଲା, ଯାହା ଟି-୨୦ରେ ନ୍ୟୁଜିଲାଣ୍ଡ ବିରୋଧରେ ଭାରତର ସର୍ବାଧିକ ସ୍କୋର।

ଆରମ୍ଭରେ ସଞ୍ଜୁ ସ୍ୟାମସନ୍ (୧୦) ଓ ଈଶାନ କିଶନ୍ (୮) କରି ଆଉଟ୍ ହେଇଥିଲେ ମଧ୍ୟ ଅଭିଷେକ ଓ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ ମଧ୍ୟରେ ୯୯ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ଭାରତକୁ ମଜବୁତ ସ୍ଥିତିକୁ ନେଇଯାଇଥିଲା। ସୂର୍ଯ୍ୟକୁମାର ୩୨ ରନ କରି ଆଉଟ୍ ହେଲେ। ଶେଷ ଓଭରରେ ରିଙ୍କୁ ସିଂହ ୨୦ ବଲରେ ଅପରାଜିତ ୪୪ ରନ କରି ସ୍କୋରକୁ ଆହୁରି ବଢ଼ାଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଦଳ ୭ ଉଇକେଟ୍ ହରାଇ କେବଳ ୧୯୦ ରନ କରିପାରିଥିଲା। ଏହି ମ୍ୟାଚ୍‌ରେ ଦୁଇ ଦଳ ମିଶି ମୋଟ ୪୨୮ ରନ କରିଥିଲେ, ଯାହା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ଇତିହାସରେ ସର୍ବାଧିକ ମୋଟ ସ୍କୋର ରେକର୍ଡ।

Related posts

୨ରୁ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଟେଷ୍ଟ ଶୃଙ୍ଖଳା

Odisha Sports Bureau

ପୁଣି ଜଣେ ଖେଳାଳୀ ଆହତ

Odisha Sports Bureau

ବିରାଟଙ୍କ ଇନଷ୍ଟାଗ୍ରାମ ଫଲୋଅର ୫୦ ନିୟୁତ

Odisha Sports Bureau