Cricket

ଆଜି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଥିରୁଅନନ୍ତପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯିବ। କେରଳର ଥିରୁଅନନ୍ତପୁରମରେ ରାତି ୭ଟାରୁ ମ୍ୟାଚ୍ ଆରମ୍ଭ ହେବ। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ବର୍ତ୍ତମାନ ୩-୧ରେ ଆଗୁଆ ରହିଛି। ଯଦିଓ ସିରିଜ ଭାରତ ଜିତି ସାରିଛି, ତଥାପି ଶେଷ ମ୍ୟାଚ୍ ଜିତି ବିଜୟ ସହ ସିରିଜ ଶେଷ କରିବାକୁ ଉଭୟ ଦଳ ପଡ଼ିଆକୁ ଓହ୍ଲାଇବେ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏକ ଦୃଢ଼ ପ୍ରଦର୍ଶନ ଲକ୍ଷ୍ୟ କରିଛି।

ଏହି ମ୍ୟାଚ୍ ପୂର୍ବରୁ ବ୍ୟାଟର ସଞ୍ଜୁ ସାମସନଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସଞ୍ଜୁ ଏପର୍ଯ୍ୟନ୍ତ ଖେଳାଯାଇଥିବା ଚାରିଟି ମ୍ୟାଚ୍‌ରେ ପ୍ଲେଇଂ ଇଲେଭେନରେ ସାମିଲ ହୋଇଥିଲେ। ପ୍ରଥମ ତିନିଟି ମ୍ୟାଚ୍‌ରେ ସେ କ୍ରମେ ୧୦, ୬ ଓ ୦ ରନ୍ କରିଥିଲେ। ଏହା ସତ୍ତ୍ୱେ ଚତୁର୍ଥ ମ୍ୟାଚ୍‌ରେ ତାଙ୍କୁ ପୁଣି ସୁଯୋଗ ମିଳିଥିଲା, କିନ୍ତୁ ସେ ମାତ୍ର ୨୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଏହି ପରିସ୍ଥିତିରେ ପଞ୍ଚମ ଟି-୨୦ ମ୍ୟାଚ୍‌ରୁ ସଞ୍ଜୁଙ୍କ ପ୍ଲେଇଂ ଇଲେଭେନରୁ ବାଦ ପଡ଼ିବା ପ୍ରାୟ ନିଶ୍ଚିତ ମନେ କରାଯାଉଛି।

ସଞ୍ଜୁଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ଦଳରେ ସାମିଲ କରାଯାଇପାରେ। ଫର୍ମରେ ଥିବା ଇଶାନ ସାମାନ୍ୟ ଆଘାତ କାରଣରୁ ପୂର୍ବ ମ୍ୟାଚ୍‌ରେ ବେଞ୍ଚରେ ରଖାଯାଇଥିଲେ। ତଥାପି, ଡ୍ରିଙ୍କସ୍ ବିରତି ସମୟରେ ସେ ପଡ଼ିଆ ଭିତରେ ଦୌଡ଼ିବାର ଦୃଶ୍ୟ ଦେଖାଯାଇଥିଲା, ଯାହା ତାଙ୍କର ଶେଷ ମ୍ୟାଚ୍‌ରେ ଫେରା ନିଶ୍ଚିତ କରୁଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ମ୍ୟାଚ୍‌ରେ ବିଫଳ ହେବା ପରେ ଇଶାନ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୭୬ ରନ୍‌ର ଧମାକାଦାର ଇନିଂସ ଖେଳିଥିଲେ। ତୃତୀୟ ମ୍ୟାଚ୍‌ରେ ସେ ୨୮ ରନ୍ କରିଥିଲେ।

Related posts

ଦିଲ୍ଲୀରୁ ବାହାରିବେ କି ଅଶ୍ୱୀନ??

Odisha Sports Bureau

T20 ମହିଳା ବିଶ୍ୱକପ୍ ୨ ବର୍ଷ ପରେ ଫେରିଲେ ଏହି ଖେଳାଳି…

ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ବିଜୟ ହାସଲ କଲା ଭାରତ

Odisha Sports Bureau