Cricket

ଭାରତ-ପାକିସ୍ତାନ ମ୍ୟାଚକୁ ମହାଦେବ ଭରଷା, ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ

କଲମ୍ବୋ: ଫେବୃଆରୀ ୧୫ ତାରିଖରେ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପର ସବୁଠୁ ଅପେକ୍ଷିତ ମ୍ୟାଚ୍‌—ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା—ଉପରେ ଏବେ ପାଗର ଆଶଙ୍କା ମେଘ ଘେରି ରହିଛି। ଏହି ହାଇଭୋଲ୍ଟେଜ୍ ମ୍ୟାଚ୍‌ କଲମ୍ବୋର R. Premadasa Stadium ରେ ଖେଳାଯିବ।

ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହାର ପ୍ରଭାବରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏହି ପାଗ ପରିସ୍ଥିତିର ସିଧା ପ୍ରଭାବ ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ପଡ଼ିବା ଆଶଙ୍କା ରହିଛି। ଗୁଗୁଲ୍ ୱେଦର ଅନୁସାରେ, ଫେବୃଆରୀ ୧୫ ତାରିଖ ସନ୍ଧ୍ୟା ସମୟରେ କଲମ୍ବୋରେ ପ୍ରାୟ ୫୦% ବର୍ଷାର ସମ୍ଭାବନା ରହିଛି। ସନ୍ଧ୍ୟା ୬ଟା ସମୟରେ ଝଡ଼ବର୍ଷା ଆରମ୍ଭ ହେବାର ଆଶଙ୍କା ରହିଥିବାରୁ ମ୍ୟାଚ୍‌ ଆରମ୍ଭ ବିଳମ୍ବ ହୋଇପାରେ। ଏହାସହ ରାତି ୮ଟା ପରେ ହାଲୁକା ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ଏହା ପୂର୍ବରୁ ମଧ୍ୟ କଲମ୍ବୋରେ ଲାଗାତାର ବର୍ଷା ହେଉଥିବାରୁ କିଛି ଅଭ୍ୟାସ ମ୍ୟାଚ୍‌ ବାତିଲ କରାଯାଇଛି। ତଥାପି, ଟୁର୍ଣ୍ଣାମେଣ୍ଟର ମୁଖ୍ୟ ମ୍ୟାଚ୍‌ଗୁଡ଼ିକ ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନାହିଁ।ରବିବାରରେ ମୁଖ୍ୟ ମ୍ୟାଚ୍‌ ପୂର୍ବରୁ ଏହି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବନାମ ଜିମ୍ବାୱେ ମ୍ୟାଚ୍‌ ମଧ୍ୟ ଖେଳାଯିବ। ତେଣୁ ପାଗ ଉପରେ ସମସ୍ତଙ୍କ ନଜର ରହିଛି। ଏପରି ସ୍ଥିତିରେ ପ୍ରଶଂସକ ଓ ଆୟୋଜକମାନେ ରବିବାର ପାଗରେ ସୁଧାର ଆସିବାକୁ ଆଶା କରୁଛନ୍ତି, କାରଣ ଏହି ମ୍ୟାଚ୍‌ କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ସବୁଠୁ ବଡ଼ ଆକର୍ଷଣ ଅଟେ।

Related posts

ଟିମ୍ ରେ ଧୋନିଙ୍କ ଯୋଗଦାନକୁ ନେଇ କପିିଲ ଦେବ କହିଥିଲେ କିଛି ଏପରି କଥା

Odisha Sports Bureau

ପ୍ରଶଂସକଙ୍କୁ ଦେଶ ଛାଡ଼ି ଚାଲି ଯିବା ପ୍ରସଙ୍ଗରେ ବିରାଟଙ୍କୁ ସିଦ୍ଧୁଙ୍କ କଡ଼ା ଯବାବ୍

Odisha Sports Bureau

ଟେଷ୍ଟ୍ ର଼୍ୟାଙ୍କିଙ୍ଗରେ ଜାଡେଜା ପୁଣି ଅଲରାଉଣ୍ଡର, ଫ୍ୟାନ୍ସଙ୍କୁ ନିରାଶ କଲେ ବିରାଟ

Odisha Sports Bureau