Cricket

ପୁଣି ଥରେ ଟେଷ୍ଟକୁ ଫେରିପାରନ୍ତି ବିରାଟ ।

ପୁଣିଥରେ ଟେଷ୍ଟ୍‌କୁ କମ୍‌ବ୍ୟାକ୍ କରିପାରନ୍ତି ରନ୍ ମେସିନ୍ ବିରାଟ୍ କୋହଲି । ଆଇପିଏଲ୍‌ର ପ୍ରଥମ ମୁକାବିଲା ପରେ ଏମିତି କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଗତକାଲିର ମ୍ୟାଚ୍‌ରେ ହାଇଦ୍ରାବାଦ ବିପକ୍ଷରେ ଦମ୍‌ଦାର ପାଳି ଖେଳିଛନ୍ତି କିଙ୍ଗ୍ କୋହଲି । ଯେଉଁ କଥାକୁ ନେଇ ପୂର୍ବତନ ଭାରତୀୟ ଖେଳାଳି ବଡ କଥା କହିଛନ୍ତି । ପୂର୍ବତନ କ୍ରିକେଟର ଅମ୍ବିତ ରାୟଡୁ କହିଛନ୍ତି ଯେ,ବିରାଟ ବିଲିକୁଲ ଫିଟ୍ ଅଛନ୍ତି । ସେ ଆହୁରି ୫ ରୁ ୬ ବର୍ଷ ଯାଏଁ କ୍ରିକେଟ୍ ଖେଳିପାରିବେ । ସେ ଖେଳିବା ଉଚିତ୍ । ଶନିବାର ବିରାଟ ଏସଆରଏଚ ବିପକ୍ଷରେ ୬୯ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପରେ ଆଇପିଏଲରେ ମଧ୍ୟ ବିରାଟ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏସବୁକୁ ନେଇ ଅମ୍ବତି କହିଛନ୍ତି ଯେ, ବିରାଟ ଖାଲି ଦିନିକିଆରେ ଫୋକସ କରିବା ଅନୁଚିତ୍ । ଏବେବି ସେ ଟେଷ୍ଟ୍ ଖେଳିପାରିବେ । ଟେଷ୍ଟ୍ କ୍ରିକେଟକୁ ତାଙ୍କର ଅବଦାନ ଅପୂରଣୀୟ ରହିଛି । ନାଲି ବଲର କ୍ରିକେଟରୁ ସେ ଆହୁରି କିଛି ଅବଦାନ ଦେଇପାରିବେ । ସେ ଏବେ ପୁରା ଫିଟ୍ ଅଛନ୍ତି । ଏବେ ଆଇପିଏଲରେ ବିରାଟ କେବଳ ଟ୍ରେଲର ଦେଖାଇଛନ୍ତି ।

ଅମ୍ବତି ରାୟଡୁ ଆହୁରି କହିଛନ୍ତି ଯେ, ତାଙ୍କର କୌଣସି ଶାରୀରିକ ସମସ୍ୟା ଥିଲା ଭଳି ମନେ ହେଉନାହିଁ । ପଡିଆରେ ସେ ଜବରଦସ୍ତ ଫିଲ୍ଡିଂ କରୁଛନ୍ତି । କେବଳ ମାନସିକ ସ୍ତରରେ ହିଁ ସେ ପଛକୁ ହଟିପାରିବେ । ନହେଲେ କୌଣସି ଅସୁବିଧା ନାହିଁ । ଏବେବି ତାଙ୍କ କ୍ୟାରିଅର ବହୁତ ବର୍ଷ ରହିଥିବା ଲାଗୁଛି । ବିସିସିଆଇ ତାଙ୍କୁ ପୁଣି ଥରେ ଅଧିନାୟକ ଦାୟିତ୍ୱ ଦେବାକୁ ବିଚାର କରିବା ଦରକାର । ଟେଷ୍ଟରେ ସେ ଏବେବି ରନ୍ ଭୋକରେ ଅଛନ୍ତି । ତେଣୁ ସେ ଟେଷ୍ଟ୍ କ୍ରିକେଟକୁ କମ୍ ବ୍ୟାକ୍ କରିବା ଆବଶ୍ୟକ । ଯଦି ସେ ନଖେଳିବେ ତାହାଲେ ଏହା ଭାରତୀୟ ଦଳର କ୍ଷତି ବୋଲି ରାୟଡୁ କହିଛନ୍ତି ।

Related posts

ଆଜି ଭୁବନେଶ୍ୱର କନିଷ୍ଠ କ୍ରିକେଟ୍ ଲିଗ ଫାଇନାଲ ମ୍ୟାଚ୍,ଫାଇନାଲରେ ସହିଦ ସ୍ପୋର୍ଟିଂ

Odisha Sports Bureau

ବିରାଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି

Odisha Sports Bureau

ୱାନ୍ ଡେ ବିଶ୍ୱକପ୍ କାର୍ଯ୍ୟସୂଚୀ ରିଲିଜ୍ ତାରିଖ ପ୍ରକାଶ, ପିସିବିକୁ ଅଧିକ ସମୟ ଦେବନି ଆଇସିସି

Odisha Sports Bureau