Cricket

କେଭିନ୍ ପିଟରସନ୍ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବିଶେଷ ପରାମର୍ଶଦାତା ଭାବେ ନିଯୁକ୍ତ…

ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପୂର୍ବତନ କ୍ରିକେଟର କେଭିନ୍‌ ପିଟରସନ୍‌ଙ୍କୁ ଦେଲା ଗୁରୁ ଦାଇତ୍ୱ । ପିଟରସନ୍‌ଙ୍କୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଦିନିକିଆ ଏବଂ ଟି୨୦ ଦଳର ବିଶେଷ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନଜରରେ ରଖି ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଦଳ ସହିତ ନଜର ଆସିବେ ପିଟରସନ୍‌ ।

Kevin Pietersen squares off with England players in new Ashes twist |  news.com.au — Australia's leading news site for latest headlines

ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍ ଏବେ ହ୍ୱାଇଟ୍ ବଲ୍ କ୍ରିକେଟ୍‌ରେ ଇଂଲଣ୍ଡ ଦଳର ନୂଆ ବିଶେଷ ପରାମର୍ଶଦାତା ହେବେ। ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି। ଆସନ୍ତା ବିଶ୍ୱକପ୍ ପାଇଁ ବର୍ତ୍ତମାନ ପ୍ରାୟ ଦେଢ଼ ବର୍ଷ ସମୟ ବାକି ଅଛି, ଏଭଳି ପରିସ୍ଥିତିରେ ସେ ଏବେଠାରୁ ଦଳକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେବେ। ଇଂଲଣ୍ଡ ଦଳ ବର୍ତ୍ତମାନ ପାକିସ୍ତାନ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଏହାପରେ ଇଂଲଣ୍ଡ ଦଳ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବ। ନଭେମ୍ବର ମାସରେ ଇଂଲଣ୍ଡ ଦଳ ଦିନିକିଆ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଏବଂ ଏହି ସିରିଜରୁ ହିଁ ପିଟରସନ୍ ଏହି ଦାୟିତ୍ୱ ସମ୍ଭାଳିବେ।

Kevin Pietersen criticises Ben Stokes' "craziness" ahead of must-win Ashes  Test - The Mirror

Related posts

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନରେନ୍ଦ୍ର ମୋଦି ଷ୍ଟାଡିୟମ

Odisha Sports Bureau

ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ

Odisha Sports Bureau

ମଧ୍ୟପ୍ରଦେଶକୁ ହରାଇ ଦିଲ୍ଲୀ ବିଜୟୀ

Odisha Sports Bureau