Cricket

ତ୍ରିଶକ୍ତିକୁ ହରାଇ ଟେବୁଲ ଟପରରେ ଏନଏସ ଫାଇଟର

ଉଦଳା ବ୍ଲକ ବୈରାଟପୁର ପ୍ରିମିଓର ଲିଗ ସିଜିନ ୨ ର ଆଜି ୭ମ ଦିନର ପ୍ରଥମ ମ୍ୟାଚ ଏଲିଟି ଇଲେଭେନ ବନାମ ଜଗଦ୍ଧାତ୍ରୀ ୱାରିଅର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଏଲିଟି ଇଲେଭେନ ବ୍ୟାଟିଂ କରି ୧୫ ଅଭର ରେ ୨୬୪ ରନ ସଂଗ୍ରହ କରିଥିବା ବେଳେ ଏଜେ ଫାଇଟର ୧୫ଓଭର  ରେ ୧୫୯ରନ କରିବା ସହ ମ୍ୟାଚ ଟିକୁ ହାରି ଯାଇଥିଲା l ଏଲିଟି ଇଲେଭେନ ପକ୍ଷରୁ ଦିବ୍ୟଜତି ଦାସ ମ୍ୟାନ ଅଫ ଦା ମ୍ୟାଚ ସହ ଗୁରୁପ୍ରିତ ମିଶ୍ର ସୁପର ସିକ୍ସ ପୁରସ୍କାର ରେ ବିବେଚନା କରାଯାଇଥିଲା l ଇନିଂସ ର ଦ୍ୱିତୀୟ ମ୍ୟାଚ ସବୁଠୁ  ରାମଞ୍ଚକର ମ୍ୟାଚ ଭାବେ ଖେଳାଯାଇଥିଲା l  ଏନଏସ ଫାଇଟର ବନାମ ତ୍ରିଶକ୍ତି ଫାଇଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଏନଏସ ଫାଇଟର ବ୍ୟାଟିଂ କରି ୧୫ ଅଭର ରେ ୨୧୪ ରନ ସଂଗ୍ରହ କରିଥିବା ବେଳେ ତ୍ରିଶକ୍ତି ଫାଇଟର ୧୫ ଅଭର ରେ ୧୯୬ ରନ କରିବା ସହ  ମ୍ୟାଚ ଟିକୁ ହାରିଯାଇଥିଲା l

ଏନଏସ ଫାଇଟର ପକ୍ଷରୁ ଭବେଶ ଜେନା ଙ୍କୁ ମ୍ୟାନ ଅଫ ଦା ମ୍ୟାଚ ଏବଂ ମଣ୍ଟୁ ମହାକୁଡ଼ ଙ୍କୁ ଗୁରୁପ୍ରିତ ମିଶ୍ର ସୁପର ସିକ୍ସ ପୁରସ୍କାର ରେ ବିବେଚନା ହୋଇଥିଲେ l ୬ଷ୍ଠ ଦିନ ଖେଳ ରେ ମୁଖ୍ୟ ଅତିଥିଭାବେ ଉଦଳା ପ୍ରାଥମିକ ଶିକ୍ଷକ ସଙ୍ଘ ର ସଭାପତି ବୀରେନ୍ଦ୍ର ନାଥ ମଢେଇ ଉଦଳା ବିଜେପି ର ଯୁବ ନେତା ଦିପୁ ଦାସ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ  l  ମ୍ୟାଚ   ଏମ୍ପେୟାର କମଳାକାନ୍ତ ମିଶ୍ର ଏବଂ ଏସ କେ ମେହରାଜ ଖେଳ ପରିଚାଳନା କରିଥିବା ବେଳେ ସୌମ୍ୟକ ଏବଂ ରୁଦ୍ର ନାରାୟଣ ଧlରାବିବରଣୀ ପ୍ରଦାନ କରିଥିଲେ l ଉପଦେଷ୍ଟା ଦୀପକ ମିଶ୍ର ସଭାପତି ହେମନ୍ତ ବେହେରା, ସମ୍ପାଦକ ଦୀପକ ବେହେରା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l

Related posts

ଆଜି ଭାରତ – ଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଦିନିକିଆ

Odisha Sports Bureau

ରାମ ସିୟା ରାମ ଗୀତରେ କେଶବଙ୍କ ଏଣ୍ଟ୍ରି, ଭିନ୍ନ ଅନ୍ଦାଜରେ ସ୍ୱାଗତ କଲେ ବିରାଟ

Odisha Sports Bureau

ବୁମାରଙ୍କ ପୁଅକୁ ଉପହାର ଦେଲେ ଶାହିନ ଶାହା ଆଫ୍ରିଦି , ଭିଡିଓ ହେଉଛି ଭାଇରାଲ

Odisha Sports Bureau