More Sports

ତାଲିବାନ ଭୟରେ ପ୍ରାଣ ହରାଇଲେ ଆଫଗାନ ଖେଳାଳୀ

କାବୁଲ: ଏବେ ଆଫଗାନିସ୍ତାନରେ ତାଲିବାନର ହେଉଥିବା ଅତ୍ୟାଚାର ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିଦିନ ତାଲିବାନ କବଳରୁ ମୁକ୍ତି ପାଇବା ପାଇଁ ଆଫଗାନବାସୀ ମୃତ୍ୟୁ ସହ ଲଢେଇ କରୁଥିବାର ଅନେକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିମାନ ଉଡୁଥିବା ବେଳେ ସେଥିରୁ ୩ ଜଣ ଯାତ୍ରୀ ଖସି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏବେ ପୁଣି ଏହି ବିମାନରେ ଆଉ ଏକ ଘଟଣା ଘଟିଛି ଯାହା ସାରା ବିଶ୍ୱ ପାଇଁ ଅଦ୍ଭୁତ ।
ଜୀବନ ବଞ୍ଚାଇବା ପାଇଁ ୟୁଏସର ଏହି ବିମାନର ଯେକøଣସି ଅଂଶରେ ବସି ପଳାଇବାକୁ ଉଦ୍ୟମ କରୁଛନ୍ତି ଆଫଗାନବାସୀ । ଏଥିମଧ୍ୟରେ ବିମାନର ଲ୍ୟାଣ୍ଡିଂ ଗିୟର ଭିତରେ ପଶି ଯିବାକୁ ଚେଷ୍ଟା କରୁଥଲେ । ତେବେ ଏମାନଙ୍କ ମଧ୍ୟରେ ଆଫଗାନର ଜଣେ ଫୁଟବଲ ଖେଳାଳୀ ମଧ୍ୟ ସାମିଲ ଥିଲେ । ଗିୟର ଭିତରେ ପଶି ଜୀବନ ବଞ୍ଚାଇବା ଫେରାର ହୋଇଯିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କର ଖଣ୍ଡ ବିଖଣ୍ଡିତ ଶରୀର ରନୱେରେ ପଡିଥିଲା । ଏହି ଘଟଣାରେ ପ୍ରାଣ ହରାଇଥିବା ଖେଳାଳୀ ହେଉଛନ୍ତି ଜ୍ୟାକି ଆନଭାରି । ନିଜ ଜୀବନ ବଞ୍ଚାଇ ଦେଶ ଛାଡି ପଳାଇଯିବାକୁ ବିମାନର ଲ୍ୟାଣ୍ଡିଂ ଗିୟର ଭିତରେ ପଶି ଯାଇଥିଲେ ଜ୍ୟାକି । ତେବେ ବିମାନ ଲ୍ୟାଣ୍ଡିଂ ବେଳେ ତାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଖସି ପଡିଥିଲା । ଏହାକୁ ଚିହ୍ନଟ କରାଯିବା ପରେ ଏହା ଆଫଗାନ ଫୁଟବଲର ଜ୍ୟାକି ଆନଭାରିଙ୍କର ବୋଲି ଜଣାପଡିଥିଲା ।

Related posts

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

Odisha Sports Bureau

ରଣଜୀ ଟ୍ରଫି ଏବଂ ଇରାନି କପ୍ ହାସଲ କରି ବିଦର୍ଭ ପୁଣି ଥରେ ଦ୍ୱିମୁକୁଟ ଅର୍ଜନ

Odisha Sports Bureau

ଖେଲୋ ଇଣ୍ଡିଆ ଉଦ୍ୟାପନୀ ଉତ୍ସବରେ ୨୨୮ ପଦକ ସହ ମହାରାଷ୍ଟ୍ର ପ୍ରଥମ

Odisha Sports Bureau