More Sports

ତାଲିବାନ ଭୟରେ ପ୍ରାଣ ହରାଇଲେ ଆଫଗାନ ଖେଳାଳୀ

କାବୁଲ: ଏବେ ଆଫଗାନିସ୍ତାନରେ ତାଲିବାନର ହେଉଥିବା ଅତ୍ୟାଚାର ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିଦିନ ତାଲିବାନ କବଳରୁ ମୁକ୍ତି ପାଇବା ପାଇଁ ଆଫଗାନବାସୀ ମୃତ୍ୟୁ ସହ ଲଢେଇ କରୁଥିବାର ଅନେକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିମାନ ଉଡୁଥିବା ବେଳେ ସେଥିରୁ ୩ ଜଣ ଯାତ୍ରୀ ଖସି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏବେ ପୁଣି ଏହି ବିମାନରେ ଆଉ ଏକ ଘଟଣା ଘଟିଛି ଯାହା ସାରା ବିଶ୍ୱ ପାଇଁ ଅଦ୍ଭୁତ ।
ଜୀବନ ବଞ୍ଚାଇବା ପାଇଁ ୟୁଏସର ଏହି ବିମାନର ଯେକøଣସି ଅଂଶରେ ବସି ପଳାଇବାକୁ ଉଦ୍ୟମ କରୁଛନ୍ତି ଆଫଗାନବାସୀ । ଏଥିମଧ୍ୟରେ ବିମାନର ଲ୍ୟାଣ୍ଡିଂ ଗିୟର ଭିତରେ ପଶି ଯିବାକୁ ଚେଷ୍ଟା କରୁଥଲେ । ତେବେ ଏମାନଙ୍କ ମଧ୍ୟରେ ଆଫଗାନର ଜଣେ ଫୁଟବଲ ଖେଳାଳୀ ମଧ୍ୟ ସାମିଲ ଥିଲେ । ଗିୟର ଭିତରେ ପଶି ଜୀବନ ବଞ୍ଚାଇବା ଫେରାର ହୋଇଯିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କର ଖଣ୍ଡ ବିଖଣ୍ଡିତ ଶରୀର ରନୱେରେ ପଡିଥିଲା । ଏହି ଘଟଣାରେ ପ୍ରାଣ ହରାଇଥିବା ଖେଳାଳୀ ହେଉଛନ୍ତି ଜ୍ୟାକି ଆନଭାରି । ନିଜ ଜୀବନ ବଞ୍ଚାଇ ଦେଶ ଛାଡି ପଳାଇଯିବାକୁ ବିମାନର ଲ୍ୟାଣ୍ଡିଂ ଗିୟର ଭିତରେ ପଶି ଯାଇଥିଲେ ଜ୍ୟାକି । ତେବେ ବିମାନ ଲ୍ୟାଣ୍ଡିଂ ବେଳେ ତାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଖସି ପଡିଥିଲା । ଏହାକୁ ଚିହ୍ନଟ କରାଯିବା ପରେ ଏହା ଆଫଗାନ ଫୁଟବଲର ଜ୍ୟାକି ଆନଭାରିଙ୍କର ବୋଲି ଜଣାପଡିଥିଲା ।

Related posts

ଏସିଆନ ରେସଲିଂରେ ଗୋଲ୍ଡ ଜିତିଲେ ବଜରଙ୍ଗ

Odisha Sports Bureau

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଝିଲିଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ମେସି,ରାପିନୋ ଫିଫା ସର୍ବଶ୍ରେଷ୍ଠ ଖେଳାଳି

Odisha Sports Bureau

Leave a Comment