Cricket

୧୬ ବଲରେ ୭୪ ରନ୍ କଲେ ମହମ୍ମଦ ଶାହଜାନ

(ଓଡିଶା ସ୍ପୋର୍ଟ):  ଟି୧୦ ଲିଗ୍ ୨୦୧୮ରେ ଏକ ଅବିଶ୍ୱସନୀୟ ଇନିଂସ୍ ଖେଳି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଆଫଗାନିସ୍ତାନୀ ଓପନର୍ ମହମ୍ମଦ ଶାହଜାଦ୍। ସେ ହାସଲ କରିଥିବା୧୬ ବଲ୍ରେ ୭୪ ରନ୍ର ଏହି ଇନିଂସ୍କୁ କ୍ରିକେଟ୍ ଦୁନିଆର ଅନ୍ୟତମ ବିସ୍ଫୋରକ ଇନିଂସ୍ କୁହାଯାଉଛି। ଏପରିକି ୧୦ଓଭରରେ ମଧ୍ୟ ଏହା ଦ୍ରୁତତମ ଅର୍ଦ୍ଧଶତକ। ୭୪ ରନ୍ରେ ପହଞ୍ଚିବା ପୂର୍ବରୁ ସେ ୧୨ଟି ବଲ୍ରେ ହିଁ ଅର୍ଦ୍ଧଶତକ ପୂରଣ କରିପାରିଥିଲେ। ସମଗ୍ର ଇନିଂସ୍ରେ ସେ ୮ଟି ଛକା ବର୍ଷାଇଥିଲେ। ଏହି ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମହମ୍ମଦ ଶାହଜାଦ୍ଙ୍କ ରାଜପୁତ ଦଳ ୯୫ ରନ୍ର ଟାର୍ଗେଟ୍କୁ ୪ ଓଭରରେ ହିଁ ହାସଲ କରିଦେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ସେନ୍ ୱାଟ୍ସନ୍ଙ୍କ ସିନ୍ଧି ଦଳ ୬ ୱିକେଟ୍ ହରାଇ ନିର୍ଦ୍ଧାରିତ ୧୦ ଓଭରରେ ୯୪ ରନ୍ କରିପାରିଥିଲା। ଶାହଜାଦ୍ଙ୍କ ସହିତ ବ୍ରେଣ୍ଡନ୍ ମ୍ୟାକୁଲମ୍ ୮ ବଲ୍ରେ ୨୧ ରନ୍ କରିଥିଲେ। ଶାହଜାଦ୍ ଖେଳିଥିବା ୧୬ଟି ବଲ୍ରୁ ସେ ୮ଟି ଛକା, ୪ଟି ଚୌକା ଏବଂ ୨ଟି ସିଙ୍ଗିଲ୍ ରନ୍ ନେଇଥିଲେ। ସେ ଖେଳିଥିବା ସମସ୍ତ ବଲ୍ରୁ କିଛି ନା କିଛି ରନ୍ ଚୋରେଇବାରେ ସମର୍ଥ ହୋଇପାରିଥିଲେ।

Related posts

ଶୁଭମନ ଗିଲ ଗୌହାଟୀ ଟେଷ୍ଟ ଖେଳିବେ କି ନାହିଁ ସେ ନେଇ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି

Odisha Sports Bureau

ଆଇପିଏଲରେ ନିଲାମ ହେଲେ ମିଚେଲଙ୍କଠୁ ଅଧିକ ଦାମରେ ବିକ୍ରି ହେବେ ବିରାଟ କୋହଲି

Odisha Sports Bureau

ଭାରତୀୟ ବୋଲରଙ୍କ ଦମଦାର ବୋଲିଙ୍ଗ : ୯ ମ୍ୟାଚରେ ୯୦ ୱିକେଟରୁ ୮୬ ୱିକେଟ ନେଇଛନ୍ତି

Odisha Sports Bureau