Cricket

ଆହତ କାରଣରୁ ଟି -୨୦ ବିଶ୍ୱକପରୁ ବାଦ ପଡିଛନ୍ତି ଆଫଗାନିସ୍ତାନର ଷ୍ଟାର ସ୍ପିନର ମୁଜୀବ ଉର ରେହମାନ

ନୂଆଦିଲ୍ଲୀ: ସୁପର -୮ରେ ପ୍ରବେଶ କରିବାର ଖୁସି ମିଳିବା ପରେ ଆଫଗାନିସ୍ତାନକୁ ବଡ ଝଟକା ଲାଗିଛି । ଆଫଗାନିସ୍ତାନର ଷ୍ଟାର ସ୍ପିନର ମୁଜୀବ ଉର ରେହମାନ ଆହତ ହେବା କାରଣରୁ ଟି -୨୦ ବିଶ୍ୱକପରୁ ବାଦ ପଡିଛନ୍ତି । ତାଙ୍କ ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଛି । ୨୩ ବର୍ଷୀୟ ଏହି ତାରକା ବୋଲର ଟୁର୍ଣ୍ଣାମେଣ୍ଟରେ ୟୁଗାଣ୍ଡା ବିପକ୍ଷରେ ଗୋଟିଏ ମ୍ୟାଚ ଖେଳି ପାରିଥିଲେ । ସେ ଏହି ମ୍ୟାଚରେ ୧୬ ରନ ଦେଇ ଗୋଟିଏ ସଫଳତା ପାଇଥିଲେ ।
ମୁଜୀବାଙ୍କ ବଦଳ ଖେଳାଳି ଭାବେ ବ୍ୟାଟର ହଜରତୁଲ୍ଲା ଜଜଇଙ୍କୁ ଆଫଗାନିସ୍ତାନ ଦଳରେ ସାମିଲ କରାଯାଇଛି । ଏହି ବ୍ୟାଟର ଦଳ ପାଇଁ ୪୩ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୮.୪୫ ହାରରେ ୧୧୩୮ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ତିନି ଅର୍ଦ୍ଧଶତକ ସାମିଲ । ଆଇସିସିର ବୈଷେୟିକ କମିଟି ମୁଜୀବ ଉର ରେହମାନଙ୍କ ବଦଳ ଖେଳାଳି ଭାବେ ହଜରତୁଲ୍ଲା ଜଜଇଙ୍କୁ ମଞ୍ଜୁରୀ ଦେଇଛି ।
ଆଫଗାନିସ୍ତାନ ଚଳିତ ଟି ୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି । ଦଳ ଗ୍ରୁପ ପର୍ଯ୍ୟାୟରେ ତିନୋଟଇ ଖେଳି ୩ ଟି ଜିତି ସି ଗ୍ରୁପରେ ଶୀର୍ଷରେ ରହିଛି । ରଶିଦ ଖାନଙ୍କ ନେତୃତ୍ୱାଧୀନ ଦଳ ପ୍ରଥମେ ୟୁଗାଣ୍ଡାଙ୍କୁ ୧୨୫ ରନରେ ହରାଇଥିଲା । ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡ ପରି ଶକ୍ତିଶାଳୀ ଦଳକୁ ୮୪ ରନରେ ହରାଇଛି । ଆଫଗାନିସ୍ତାନ କୌଣସି ବି ଫର୍ମାଟରେ ପ୍ରଥମ ଥର ନ୍ୟୁଜିଲାଣ୍ଡକୁ ହରାଇଛି ।

Related posts

ଶୁଭମନଙ୍କ ଶତକ ପରେ ସଚିନଙ୍କ ଖାସ ମେସେଜ

ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀରଙ୍କ ସବୁଜ ସଙ୍କେତ

ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରସୁ କିଙ୍ଗ୍ସ

Leave a Comment