Cricket

ଭଙ୍ଗାଗଲା ନସାଉ କ୍ରିକେଟ ଷ୍ଟାଡିୟମ

ନ୍ୟୁ ୟର୍କ: ଟି-୨୦ ବିଶ୍ଵକପ୍ ଇତିହାସର ସବୁଠୁ ଚର୍ଚ୍ଚିତ ଏବଂ ରହସ୍ୟ ମୟୀ ପିଚ୍ରୁ ଗୋଟିଏ ହେଉଛି ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମର ପିଚ୍। ଏହି ଷ୍ଟାଡିୟମରେ ଚଳିତ ବିଶ୍ଵକପରେ ଖେଳାଯାଇଥିବା ସମସ୍ତ ମ୍ୟାଚ୍ ଲୋ ସ୍କୋରିଂ ରହିଥିଲା । ତଥାପି ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ପିଚ୍ ସର୍ବଦା ବୋଲରଙ୍କ ପାଇଁ ମନେ ରଖାଯିବ। ପିଚ୍ର ଅସ୍ଵାଭାବିକ ପ୍ରକୃତିକୁ ନେଇ ଆଇସିସିକୁକଡ଼ା ସମାଲୋଚନା କରାଯାଇଥିଲା । ଏବେ ଏହି ଷ୍ଟାଡିୟମର ଆଉ ରହିବ ନାହିଁ। ଭାରତ ବନାମ ଆମେରିକା ମ୍ୟାଚ୍ ସରିବା ପରେ ଏହି ଷ୍ଟାଡିୟମର ଭାଙ୍ଗିବା କାର୍ୟ୍ୟ ଆରମ୍ଭ ହୋଇ ଯାଇଛି। ଏହି ଷ୍ଟାଡିୟମକୁ ନ୍ୟୁୟର୍କର ଆଇଜନହାବର ପାର୍କରେ ନିର୍ମାଣ କରାଯାଇଥିଲା । ଏହି ପାର୍କକୁ କ୍ରୀଡ଼ା ଓ ଦର୍ଶକ ଙ୍କ ପାଇଁ ସୁରକ୍ଷିତ ଷ୍ଟାଡିୟମରେ ତିଆରି କରାଯାଇଥିଲା । ହେଲେ ଗତ ଛଅ ସପ୍ତାହରେ ଏହି ଷ୍ଟାଡିୟମ ସଂପୂର୍ଣ୍ଣ ଗାଏବ ହୋଇଯିବ। ଏହି ଷ୍ଟାଡିୟମରେ ୪ ଡ୍ରପ ଇନ ପିଚ୍ର ବ୍ୟବହାର କରା ଯାଇଥିଲା , ଯାହା କିଛି ମାସ ପୂର୍ବେ ଆଡିଲେରୁ ମଗାଯାଇଥିଲା । ଏହି ପିଚ୍କୁ ସେଟ୍ ହେବାରେ ୮ରୁ ୧୦ ମାସ ସମୟ ଲାଗିଥାଏ। ମାତ୍ର ନ୍ୟୁୟର୍କରେ ୮ରୁ ୧୦ ସପ୍ତାହ ହୋଇ ନଥିଲା ଏହି ପିଚ୍ରେ ଟି-୨୦ ବିଶ୍ଵକପ୍ ଖେଳାଗଲା। ଏହି କାରଣରୁ ନସାଉ ଷ୍ଟାଡିୟମରେ ପ୍ରଥମ ଇନିଂ ସରେ ହାରାହାରି ସ୍କୋର ୧୦୮ ରନ ଥିଲା । ଆଇସିସିକୁ ଏହି ଷ୍ଟାଡିୟମ ନିର୍ମାଣରେ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁପଡ଼ିଛି। ଷ୍ଟାଡିୟମ ୧୦୬ ଦିନରେ ନିର୍ମା ଣ ହୋଇ ପ୍ରସ୍ତୁତ ହୋଇଥିଲା । ଏବେ ଏହାର ଭାଙ୍ଗିବା କାମ ଆରମ୍ଭ ହୋଇ ଯାଇଛି। କିଛି ଦିନରେ ଏହି ଷ୍ଟାଡିୟମର ଚିହ୍ନବର୍ଣ୍ଣ ରହିବହି ନାହିଁ।
ଟି-୨୦ ବିଶ୍ଵକପ୍ ୨୦୨୪ରେ ଏଠାରେ ମୋଟ୍ ୮ଟି ମ୍ୟାଚ୍ ଖେଳା ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ତିନି ଥର ବିଜୟ ଲାଭ କରିଥିବା ବେଳେ ଲକ୍ଷ୍ୟର ପିଛା କରିଥିବା ଦଳ ୫ ଥର ବିଜୟ ହାସଲ କରିଛି। ଭାରତୀୟ ଦଳ ଏଠାରେ ୩ଟି ମ୍ୟାଚ୍ ଖେଳି ସବୁ ଜିତିଛି। ଏହି ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୩୪ ହଜାର ରହିଛି । ପୂର୍ବେ ଏହି ପଡ଼ିଆକୁ ଗୋଲ୍ଫ ଟୁର୍ଣ୍ଣା ମେଣ୍ଟ ଓ ଫର୍ମୁଲା ଓ୍ଵାନର ଲାସ ଭେଗାସ ଗ୍ରାଣ୍ଡ ପ୍ରିକ୍ସ ପରି ଆୟୋଜନ ପାଇଁ ବ୍ୟବହାର କରାଯାଉଥିଲା ।

Related posts

ଗିଲଙ୍କ ବିଫଳତା ଦଳର ପରାଜୟର ଏକ ପ୍ରମୁଖ କାରଣ ଥିଲା…

Odisha Sports Bureau

ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ନେଇ ବିସିସିଆଇକୁ ପ୍ରସ୍ତାବ

Odisha Sports Bureau

ଆସନ୍ତାକାଲି ଜିତିଲେ ପାକ୍ ରେକର୍ଡର ସମକକ୍ଷ ହେବ ଟିମ୍‌ ଇଣ୍ଡିଆ

Odisha Sports Bureau