Cricket

ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଚେନ୍ନାଇ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ ହୋଇଛି | ଏହାରି ମଧ୍ୟରେ କାନପୁରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଭାରତର ବିଜୟ ପରେ ତୁରନ୍ତ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ପ୍ରକାଶ ଯେ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରୁ କାନପୁରରେ ଖେଳାଯିବ। ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ପାଇଁ ଚୟନ କମିଟି ସମାନ ଦଳ ବଜାୟ ରଖିଛି।
ପ୍ରଥମ ଟେଷ୍ଟ ପାଇଁ ବିସିସିଆଇ ଦଳରେ କୌଣସି ପରିବର୍ତ୍ତନ କରିନାହିଁ। ଦ୍ୱିତୀୟ ଟେଷ୍ଟ ପାଇଁ ମଧ୍ୟ ସମାନ ୧୬ ଜଣିଆ ଦଳ ଅଛି। ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ଶୁଭମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ (ୱିକେଟ୍ କିପର), ଧ୍ରୁଭ ଜୁରେଲ (ରିଜର୍ଭ ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଜସପ୍ରୀତ ବୁମ୍ରା ଏବଂ ୟଶ ଦୟାଲ।

Related posts

ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ

Odisha Sports Bureau

ସଂଯୁକ୍ତ ଆରବରେ ଖେଳାଯିବ ଏସିଆ କପର ୨୦୨୫ ସଂସ୍କରଣ

କୋହଲିଙ୍କ ୫୦ ତମ ଶତକ , ଭାଙ୍ଗିଲେ ସଚିନଙ୍କ ରେକର୍ଡ

Odisha Sports Bureau