Cricket

ଟାଇଟଲ ଜିତିବା ପରେ ଗିଲ ଟ୍ରଫି ନେଇ ବାପା , ମା ଙ୍କୁ ଧରାଇଲେ ଗିଲ

ନୂଆଦିଲ୍ଲୀ: ଭାରତୀୟ ଟିମ ଜିମ୍ବାୱେ ବିପକ୍ଷ ୫ଟି ମ୍ୟାଚ ବିଶିଷ୍ଟ ଟି ୨୦ ସିରିଜକୁ ଜିତିନେଇଛି । ଭାରତ ଏହି ସିରିଜକୁ ୪-୧ରେ ଜିତିନେଇଛି । ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଟିମ ଭଲ ପ୍ରଦର୍ଶନ କରିଛି । ଶେଷ ଟି ୨୦ ମ୍ୟାଚରେ ୪୨ ରନରେ ଜିତିଛି ଭାରତ । ଗିଲ ଅଧିନାୟକ ଭାବେ ପ୍ରଥମ ଟି ୨୦ ସିରିଜରେ ବିଜୟ ହାସଲ କରିଛନ୍ତି ।
ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ କରିଥିଲା , ଯାହାର ଜବାବରେ ଜିମ୍ବାୱେ ୧୨୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତୀୟ ଟିମର ନେତୃତ୍ୱ ନେଇ ଶୁବମନ ପ୍ରଥମ ଟି୨୦ ସିରିଜ ଜିତିଛନ୍ତି । ଗିଲଙ୍କ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । ଟାଇଟଲ ଜିତିବା ପରେ ଗିଲ ଟ୍ରଫି ନେଇ ନିଜ ପରିବାର ପାଖକୁ ଯାଇ ବାପା , ମା, ଭଉଣୀ ହାତରେ ଧରାଇଥିଲେ । ଶୁବମନଙ୍କ ଏଭଳି ଅନ୍ଦାଜ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି ।
ଭାରତ ଜୁଲାଇ ୨୭ ତରିଖରୁ ଶ୍ରୀଲଙ୍କା ବିପକ୍ଷରେ ଟି ୨୦ ଏବଂ ଦିନିକିଆ ସିରିଜ ଖେଳିବ । ଏଥିପାଇଁ ଖୁବଶୀଘ୍ର ଟିମ ଘୋଷଣା ହେବ । ୩ଟି ମ୍ୟାଚ ବିଶିଷ୍ଟ ସିରିଜ ଜୁଲାଇ ୨୭ ରୁ ଭାରତୀୟ ସମୟାନୁସାରେ ୭ଟାରେ ମ୍ୟାଚ ଖେଳାଯିବ । ଏହାପରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ଦିନିକିଆ ମ୍ୟାଚ ୨ ଅଗଷ୍ଟରେ ଖେଳାଯିବ । ଏହି ସିରିଜର ମ୍ୟାଚ କଲମ୍ବୋରେ ଖେଳାଯିବ ବୋଲି କୁହାଯାଉଛି ।

Related posts

ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ

Odisha Sports Bureau

ସାମିଲ ହେଲେ ଷ୍ଟାର ବୋଲର ଆର ଅଶ୍ୱୀନ, ବାଦ ପଡିଲେ ଅକ୍ଷର ପଟେଲ

Odisha Sports Bureau

ଗତକାଲି ଆଇପିଏଲ ମ୍ୟାଚରେ ଶୁବମନ୍ ଗିଲ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା